କେନ୍ଦ୍ରର ପ୍ରୟାସ ଯୋଗୁଁ ସମବାୟ କ୍ଷେତ୍ର ଉଲ୍ଲେଖନୀୟ ବିକାଶ ହାସଲ କରିଛି;ଅମିତ ଶାହ
କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି, କେନ୍ଦ୍ରର ପ୍ରୟାସ ଯୋଗୁଁ ଗତ ତିନି ବର୍ଷ ମଧ୍ୟରେ ସମବାୟ କ୍ଷେତ୍ର ଉଲ୍ଲେଖନୀୟ ବିକାଶ ହାସଲ କରିଛି। ଆଜି ଅପରାହ୍ନରେ ପୁଣେରେ ଜନତା ସମବାୟ ବ୍ୟାଙ୍କର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ସେ କହିଛନ୍ତି, ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ସମବାୟ କ୍ଷେତ୍ରକୁ ବିପଣନ ଯୋଗ୍ୟ କରିଛନ୍ତି ।

କେନ୍ଦ୍ରୀୟ ରେଜିଷ୍ଟର ସମବାୟ ସମିତିର ପ୍ରଥମ ଆଞ୍ଚଳିକ କାର୍ଯ୍ୟାଳୟ ପୁଣେରେ ଖୋଲାଯିବ ବୋଲି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ଆଜି ପୁଣେରେ ଜନତା ସମବାୟ ବ୍ୟାଙ୍କ ପୁଣେର ହୀରକ ଜୟନ୍ତୀ ବର୍ଷର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ଶାହା ଏହା କହିଛନ୍ତି। ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକୁ ଆର୍ଥିକ ଅସୁବିଧାରୁ ମୁକ୍ତ ଏବଂ ସହାୟତା କରିବା ପାଇଁ ଏକ ଶୀର୍ଷ ସଂଗଠନ ଗଠନ କରାଯାଇଛି ଏବଂ ଏହି ସଂଗଠନ ସମସ୍ତ ସମବାୟ ବ୍ୟାଙ୍କଗୁଡ଼ିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଶାହା କହିଛନ୍ତି।
ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁଣେରେ ପଶ୍ଚିମ ଆଞ୍ଚଳିକ ପରିଷଦର ୨୭ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରିବାକୁ ଶ୍ରୀ ଶାହା ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ସମବାୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ସେ ସମବାୟ ବିଶ୍ୱବିଦ୍ୟାଳୟ ବିଲ୍ ମଧ୍ୟ ଘୋଷଣା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ସିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications