ନିଜ ହାତରେ ରୋଷେଇ କରି , ଖାଦ୍ୟ ପରସିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ: ପୁଣି ପୁଣି ଭାଇରାଲ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟ୍ନା ସାହିବ ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ କରିବା ସହ ମୋଦୀ ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ନିଜର ସହାୟତାର ହାତ ବଢ଼ାଇଥିଲେ। ମୋଦୀ ସେଠାରେ ରୋଷେଇ କରିବା ସହ ମନ୍ଦିର ପରିସରରେ ଖାଇବାକୁ ବସିଥିବା ଭକ୍ତମାନଙ୍କୁ ଖାଦ୍ୟ ବି ପରସିଥିବାର ଭିଡିଓରେ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତଖକ୍ତ ଶ୍ରୀହରିମନ୍ଦିର ଜୀ ପାଟ୍ନା ସାହିବ ହେଉଛି ରାଜ୍ୟ ରାଜଧାନୀରେ ଅବସ୍ଥିତ ଶିଖମାନଙ୍କ ପାଞ୍ଚଟି ତଖତ୍ ମଧ୍ୟରୁ ଅନ୍ୟତମ।
ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମସ୍ଥାନକୁ ପାଳନ କରିବା ପାଇଁ ଅଷ୍ଟାଦଶ ଶତାବ୍ଦୀରେ ମହାରାଜା ରଣଜିତ ସିଂଙ୍କୁ ଏହି ମନ୍ଦିର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ରାଜ୍ୟ ରାଜଧାନୀରେ ଏକ ସଡ଼କ ଯାତ୍ରା ଆୟୋଜନ କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ହରିମନ୍ଦର ଜୀ ପାଟନା ସାହେବ ପରିଦର୍ଶନ କରିଥିଲେ। ବିହାରର ପ୍ରତ୍ୟେକ ସ୍ଥାନରେ ବୁଲି ସଡ଼କ ଯାତ୍ରା କରବାରେ ମୋଦୀ ହୋଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।
ସୋମବାର ହାଜିପୁର, ମୁଜାଫରପୁର ଏବଂ ସରାନରେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୋଦୀଙ୍କର ଏହି ରୋଷେଇ ଓ ଖାଦ୍ୟ ପରସିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।












Click it and Unblock the Notifications