ସଂସଦର ନୂଆ ୟୁନିର୍ଫମକୁ ନେଇ ବିବାଦ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ
ନୂଆଦିଲ୍ଲୀ: ନୂଆ ସଂସଦର କର୍ମଚାରୀମାଙ୍କ ପାଇଁ ଆସିଲା ନୂଆ ୟୁନିଫର୍ମ । ସେପ୍ଟେମ୍ବର ୧୯ ଗଣେଶପୂଜା ଦିନ ପ୍ରଥମ ଥର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦରେ ବସିବା ପାଇଁ ଯାଉଛି । ସେପ୍ଟେମ୍ବର ୧୮ ତାରିଖ ଦିନ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ । ଗଣମାଧ୍ୟ ଖବର ଅନୁସାରେ, ଏହି ଦିନ ପୁରୁଣା ସଂସଦ ଭବନର ସ୍ମୃତି ବିଷୟରେ ଆଲୋଚନା ହେବ ।
ହେଲେ ବର୍ତ୍ତମାନ ନୂଆ ସଂସଦର କର୍ମଚାରୀଙ୍କ ନୂଆ ୟୁନିଫର୍ମକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ୟୁନିଫର୍ମରେ ବିଜେପିର ଦଳୀୟ ଚିହ୍ନ ପଦ୍ମଫୁଲ୍ ରହିଛି । ଯାହାକୁ ନେଇ ବୋରିଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

କେନ୍ଦ୍ରର ଏହି ପଦକ୍ଷେପକୁ ସମାଲୋଚନା କରି କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, ସଂସଦ କର୍ମଚାରୀଙ୍କ ପୋଷାକରେ ସରକାର କାହିଁକି ବାଘ ଚିନ୍ନ ରଖିଲେ ନାହିଁ । କାରଣ ବାଘ ଆମକ ଜାତୀୟ ପଶୁ ସେହିପରି ଆମର ଜାତୀୟ ପକ୍ଷୀ ମୟୂର । ମୟୂର ଚିହ୍ନ କାହିଁକି ରଖାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ହେଲେ ସଂସଦର କର୍ମଚାରୀଙ୍କ ଡ୍ରେସ୍ କୋଡରେ ସେମାନେ କେବଳ ପଦ୍ମ ଫୁଲ ଚିହ୍ନ ରଖିଛନ୍ତି । କାରଣ ବିଜେପିର ଚିହ୍ନ ହେଉଛି ପଦ୍ମଫୁଲ୍ । ଏହା ଶସ୍ତା ରାଜନୀତି । ଜି-୨୦ ବେଳେ ମଧ୍ୟ ସମାନ କାର୍ଯ୍ୟ କରିଥିଲା ବିଜେପି ।
ସେହିପରି ଏମସିପି ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ଏନସିପି ମୁଖପାତ୍ର କ୍ଲାୟଡେ କ୍ରାଷ୍ଟୋ କହିଛନ୍ତି, ସଂସଦର କର୍ମଚାରୀଙ୍କ ୟୁନିଫର୍ମରେ ପଦ୍ମ ଫୁଲ ଛାପି ବିଜେପି ଆମ ଗଣତନ୍ତ୍ରର ମନ୍ଦିରକୁ ରାଜନୀତି ଆଡ୍ଡାରେ ପରିଣତ କରିବା ପାଇଁ ଚେଷ୍ଟା କରୁଛି । ଏହି ମହାନ ଗୃହ ଦେଶବାସୀଙ୍କର, ଏହା କୌଣସି ରାଜନୀତିକ ଦଳର ନୁହେଁ ।

ସୂଚନାଥାଉ ଯେ, ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ବିଶେଷ ଅଧିବେଶନ ବସିବା ପାଇଁ ଯାଉଛି । ଏହା ପୂର୍ବରୁ ସଂସଦର କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ତିଆରି କରିଛନ୍ତି ।












Click it and Unblock the Notifications