ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସ୍ଜିଦ୍,
ପଶ୍ଚିମବଙ୍ଗରେ ନିର୍ମାଣ ହେବ ବାବ୍ରି ମସଜିଦ୍ । ଡିସେମ୍ବର ୬ତାରିଖରେ ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗାରେ ବାବ୍ରି ମସଜିଦର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ, ଯେଉଁ ଦିନକି ମସଜିଦ୍ ଭଙ୍ଗା ଯିବାର ୩୩ ତମ ବାର୍ଷିକୀ ପାଳନ ହେବାକୁ ଯାଉଛି । ଅର୍ଥାତ ଯେଉଁ ତାରିଖରେ ଭଙ୍ଗା ଯାଇଥିଲା, ସେହି ତାରିଖରେ ପୁଣି ଥରେ ନିର୍ମାଣ ପାଇଁ ନିଅଁ ପଡିବ । ତୃଣମୂଳ ବିଧାୟକ ହୁମାୟୁନ କବୀର ଏହି ଘୋଷଣା କରିଛନ୍ତି, ଯାହାକୁ ନେଇ ଏବେ ସାରା ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି ।
ସମ୍ବାଦ ସରବରାହ ସଂସ୍ଥା ANI ସହ କଥାବାର୍ତ୍ତା ବେଳେ ହୁମାୟୁନ କହିଛନ୍ତି କି, ଏହି ସମାରୋହ ମୁର୍ଶିଦାବାଦର ବେଲଡାଙ୍ଗାରେ ଅନୁଷ୍ଠିତ ହେବ । ଏହି ସମୟରେ ବହୁ ମୁସଲିମ ନେତା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାକୁ (ବାବ୍ରି ମସଜିଦ) ସମାପ୍ତ କରିବାକୁ ପ୍ରାୟ ୩ ବର୍ଷ ଲାଗିବ ବୋଲି ସେ କହିଛନ୍ତି ।

ହୁମାୟୁନ୍ କବୀର କହିଥିଲେ ଯେ, "ଡିସେମ୍ବର ୬ତାରିଖରେ ବେଲଡାଙ୍ଗାରେ ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁସଲିମ୍ ସମ୍ପ୍ରଦାୟର ଅନେକ ନେତା ଅଂଶଗ୍ରହଣ କରିବେ। ଏହି ନିର୍ମାଣ କାର୍ଯ୍ୟ ତିନି ବର୍ଷ ମଧ୍ୟରେ ସମାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଅନେକ ମୁସଲିମ୍ ମୌଲବୀଙ୍କୁ ନିମନ୍ତ୍ରଣ କରାଯିବ।"
ହୁମାୟୁନ୍ କବୀର ୨୦୨୧ ମସିହାରେ ଭରତପୁର ବିଧାନସଭା ଆସନରୁ ଜିତିଥିଲେ। ଏବେ ବିଧାନସଭା ନିର୍ବାଚନ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୧ ମସିହାରେ ହୁମାୟୁନ୍ କବୀର ୯୬ ହଜାର ୨୨୬ ଭୋଟ ପାଇଥିଲେ। ସେ ବିଜେପିର ଇମାନ କଲ୍ୟାଣ ମୁଖାର୍ଜୀଙ୍କୁ ୪୩ ହଜାର ୮୩ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୨୦୧୬ ମସିହାରେ ହୁମାୟୁନ୍ କବୀର ସମାଜବାଦୀ ପାର୍ଟି ଟିକେଟରେ ଭରତପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୧୪୯୭ ଭୋଟ ପାଇଥିଲେ। କିନ୍ତୁ ଯେତେବେଳେ ସେ ଟିଏମସିରେ ଯୋଗଦେଲେ, ତାଙ୍କ ଭାଗ୍ୟ ବଦଳିଗଲା।
ହୁମାୟୁନ୍ଙ୍କ ଏହି ଘୋଷଣା ପରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବିଜେପି ନେତ୍ରୀ ଉମା ଭାରତୀ ଟିଏମସି ବିଧାୟକଙ୍କ ଏହି ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ପୂଜା ନାମରେ ନିର୍ମିତ ମସଜିଦକୁ ସମ୍ମାନ କରିବୁ, କିନ୍ତୁ ବାବରଙ୍କ ନାମରେ ନିର୍ମିତ ମସଜିଦ ଭାଙ୍ଗିଦିଆଯିବ। ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରି ମସଜିଦର ଅବସ୍ଥା ଯାହା ହୋଇଥିଲା ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ହେଲେ ତା'ର ଅବସ୍ଥା ମଧ୍ୟ ସେଭଳି ହେବ।"












Click it and Unblock the Notifications