ମମତା ଉପରେ ବିବାଦୀୟ ମନ୍ତବ୍ୟ ଦେବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା ; ୨୪ ଘଣ୍ଟା ପାଇଁ ପ୍ରଚାର ଉପରେ ଲାଗିଲା ରୋକ୍
ପଶ୍ଚିମବଙ୍ଗର ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ଗଙ୍ଗୋପାଧ୍ୟାୟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ, ତମଲୁକର ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ଅପରାହ୍ନ 5ଟା ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ପ୍ରଚାର କରିପାରିବେନି।
ସୂଚନା ଅନୁସାରେ, ନିର୍ବାଚନ ପ୍ରଚାର ସମୟରେ ଗଙ୍ଗୋପଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି 'ତୁମ ମୂଲ୍ୟ କେତେ' ବୋଲି କହିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ ଗଙ୍ଗୋପାଧ୍ୟାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ନିଜ ଭାଷା ପ୍ରତି ସଞ୍ଜତ ରହିବାକୁ କହିବା ସହ ନିର୍ବାଚନ ଆଚରଣ ସଂହିତା ଲାଗୁ ସମୟରେ ସର୍ବସାଧାରଣରେ ଭାଷଣ ଦେବା ସମୟରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ।












Click it and Unblock the Notifications