ଠିକାଦାରଙ୍କୁ ଚେତାବନୀ ଦେଲେ ଗଡକରୀ, କହିଲେ ବୁଲଡୋଜର ତଳେ....

ନୂଆଦିଲ୍ଲୀ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ହ୍ରାସ କରିବା ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମ ସତ୍ତ୍ୱେ ଆହତଙ୍କ ସଂଖ୍ୟା ବଢୁଛି କାରଣ ଲୋକମାନେ ଆଇନକୁ ସମ୍ମାନ କରୁ ନାହାଁନ୍ତି।
ଲୋକ ସଭାରେ ପ୍ରଶ୍ନ କାଳ ସମୟରେ ଏହାର ଉତ୍ତର ଦେଇ ଗଡକରୀ କହିଛନ୍ତି ଯେ ସେ ନିଜେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ଏହି ପ୍ରସଙ୍ଗରେ ସମ୍ବେଦନଶୀଳ।

ମନ୍ତ୍ରୀ କହିଛନ୍ତି ଯେ ସଡକ ଦୁର୍ଘଟଣା ହ୍ରାସ କରିବାରେ ଚାରିଟି କାରଣ ରହିଛି - ସଡ଼କ ଇଞ୍ଜିନିୟରିଂ, ଅଟୋମୋବାଇଲ ଇଞ୍ଜିନିୟରିଂ, ଆଇନ ପ୍ରଣୟନ ଏବଂ ଲୋକଙ୍କ ଶିକ୍ଷା। ଗଡକାରୀ ଆହୁରି କହିଛନ୍ତି, ମୁଁ ପୂର୍ବରୁ କହିସାରିଛି, ଠିକ୍ କାମ କରୁନଥିବା ଠିକାଦାରଙ୍କୁ ବୁଲଡୋଜର ପକାଇ ଦିଆଯିବ।' ସେ ଗୃହର ପ୍ରଶ୍ନକାଳ ବେଳେ ରାଜସ୍ଥାନର ନାଗୌରୁ ସାଂସଦ ଥିବା ହନୁମାନ ବେନିଓ୍ବାଲଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଯେ, ଠିକାଦରଙ୍କୁ ଠିକ୍ ଭାବରେ କାମ କରିବା ପାଇଁ ଶକ୍ତ ହେବାକୁ ପହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆମ ବିଭାଗ ୫୦ ଲକ୍ଷ କୋଟି ଟଙ୍କା କାମ କରିଛୁ। ଆମେ ପାରଦର୍ଶୀ ଓ ସମୟବଦ୍ଧ। ଏବେ ପରିଣାମ ଦେବାର ସମୟ ଆସିଛି।'

nitin gadkari

ତାଙ୍କର କହିବା ଅନୁସାରେ, ମୁଁ ଏହାର ଉଲ୍ଲେଖ କରିବାକୁ ଚାହୁଁନି। ମୁଁ କହିସାରିଛି ‌ଯେ, ଯଦି ଠିକାଦାର ଠିକ୍ ଭାବରେ କାମ କରିବେନି ତାଙ୍କୁ ବୁଲଡୋଜର ତଳେ ପକାଇ ଦେବୁ। ଏ ବର୍ଷ ଦେଖନ୍ତୁ କେଉଁଭଳି କାମ କରିବି, ଆମେ ଟିକେ ବି କାମରେ ବୁଝାମଣା କରିବୁନି।' ସେ ଗୃହରେ କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେ'ର ନିର୍ମାଣରେ ଦେଖିବାକୁ ମିଳିଥିବା ନିମ୍ନମାନର କାମ ପାଇଁ ୪ ଜଣ ଠିକାଦାରଙ୍କୁ ଦାୟୀ କରାଯାଇଛି। ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଲୋକସଭାରେ ପ୍ରଶ୍ନକାଳ ବେଳେ କହିଛନ୍ତି, ଆଇଆଇଟି-ଖଡଗପୁର ଓ ଆଇଆଇଟି-ଗାନ୍ଧୀନଗରର ବିଶେଷଜ୍ଞ ଏକ୍ସପ୍ରେସ୍‌ ଓ୍ବେର ନିରୀକ୍ଷଣ କରିଛନ୍ତି ଓ ଏହାର ନିର୍ମାଣରେ ଅଭାବ ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+