ଗ୍ରାହକଙ୍କୁ ପୁଣି ଝଟକା; ବଢିଲା ସୁନା, ରୂପା ଦର
ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ । କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି । ପ୍ରାରମ୍ଭିକ ହ୍ରାସ ପରେ ଆଜି ପୁଣି ବଢିଛି ସୁନା ଓ ରୂପା ଦାମ୍ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଦିଲ୍ଲୀରେ ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ ପ୍ରତି ୧,୪୨, ୩୦୦ ରହିଛି ।ଗତ ସପ୍ତାହ ଅପେକ୍ଷା ୨୪୩୭ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନା ଦାମ୍ ୧,୩୦,୪୫୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋଗ୍ରାମ ପ୍ରତି ୨,୬୫,୧୩୩ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୧,୩୦,୩୦୦ରେ ପହଞ୍ଚିଛି । ସୁନା ଓ ରୂପା ଦର ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ଚିନ୍ତାରେ ପଡିଛନ୍ତି ମଧ୍ୟବିତ ଗ୍ରାହକ ।
More From
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications