ଗ୍ରାହକଙ୍କ ମୁଣ୍ଡରେ ଚଡ଼କ, ସୁନା ତ୍ ସୁନା ରୂପା ଦର ଏବେ ବେଲଗାମ
ରୁପା ଦାମ୍ ଥମିବାର ନାଁ ନେଉନି। ସୋମବାର ଦିଲ୍ଲୀ ସରାଫା ବଜାରରେ ରୁପା ଦାମ୍ କିଲୋଗ୍ରାମ ପିଛା ୧୬ ହଜାର ୪୩୮ ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ପାର୍ କରିଛି। ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୯୮୩ ଟଙ୍କା ବୃଦ୍ଧି ସହିତ ୧.୪୮ ଲକ୍ଷ ଛୁଇଁ ନୂଆ ରେକର୍ଡ କରିଛି। ସରାଫା ବ୍ୟବସାୟୀଙ୍କ ଅନୁସାରେ ଦେଶ ବିଦେଶରେ ସୁନା ରୁପା ଚାହିଦା ବଢ଼ିଥିବାରୁ ଦାମ୍ ବୃଦ୍ଧି ପାଇଛି। ସୋମବାର ରୁପା ପ୍ରଥମ ଥର ୩ ଲକ୍ଷ ପାର୍ କରି ୩,୦୪,୨୦୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ଶୁକ୍ରବାର ରୁପା ଦାମ୍ କିଲୋ ପିଛା ୨,୯୨,୬୦୦ ଟଙ୍କା ଥିଲା। ନିବେଶକ ଏହାକୁ ଉତ୍ତମ ବିକଳ୍ପ ଭାବୁଥିବା ସହ ବୈଶ୍ବିକସ୍ତରରେ ଏହାର ଚାହିଦା ବଢୁଥିବାରୁ ସୋମବାର ଏହି ବୃଦ୍ଧି ପରିଲକ୍ଷିତ ହୋଇଛି। ସ୍ଥାନୀୟ ସରାଫା ବଜାରରେ ସୁନା ଦାମ୍ ମଧ୍ୟ ବଢ଼ିଛି। ଶୁକ୍ରବାର ସୁନା ୧,୪୬,୨୦୦ ଟଙ୍କା ଥିବାବେଳେ ସୋମବାର ଭରି ପିଛା ୧,୪୮,୧୦୦ ଟଙ୍କା ହୋଇଛି। ରୁପା ୨୦୨୫ରେ ପ୍ରାୟ ୩୦ ପ୍ରତିଶତ ରିଟର୍ଣ୍ଣ ଦେଇଥିବା ଚଏସ ବ୍ରୋକିଂର ବିଶ୍ଳେଷକ(କମୋଡିଟି ଏଣ୍ଡ କରେନ୍ସି) ଆମିର ମକଦା ସୂଚନା ଦେଇଛନ୍ତି।













Click it and Unblock the Notifications