ମହିଳାଙ୍କ ବ୍ୟତୀତ ଏବେ DTC ବସରେ ଏମାନେ କରି ପାରିବେ ମାଗଣା ଯାତ୍ରା
ଦିଲ୍ଲୀ ପରିବହନ ନିଗମ (ଡିଟିସି) ଏବଂ କ୍ଲଷ୍ଟର ବସ୍ରେ ବର୍ତ୍ତମାନ ମହିଳା ଙ୍କ ଛଡ଼ା ମାଗଣା ରେ ଯାତ୍ରା କରି ପାରିବେ ନିର୍ମାଣ ଶ୍ରମିକଙ୍କ । ଏନେଇ ଦିଲ୍ଲୀ ସରକାର ବୁଧବାର ମାଗଣା ବସ୍ ପାସ୍ ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ପରିବହନ ନିଗମ (ଡିଟିସି) ଏବଂ କ୍ଲଷ୍ଟର ବସ୍ରେ ବର୍ତ୍ତମାନ ମହିଳା ଙ୍କ ଛଡ଼ା ମାଗଣା ରେ ଯାତ୍ରା କରି ପାରିବେ ନିର୍ମାଣ ଶ୍ରମିକଙ୍କ । ଏନେଇ ଦିଲ୍ଲୀ ସରକାର ବୁଧବାର ମାଗଣା ବସ୍ ପାସ୍ ଘୋଷଣା କରିଛନ୍ତି । ଦିଲ୍ଲୀ ସଚିବାଳୟରେ ଏକ କାର୍ଯ୍ୟକ୍ରମରେ କିଛି କର୍ମଚାରୀଙ୍କୁ ଏହି ପାସ୍ ବଣ୍ଟନ କରାଯାଇଥିଲା ।
'ମାଗଣା ବସ୍ ଟ୍ରାଭେଲ୍ ପାସ୍' ପଦକ୍ଷେପ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଦିଲ୍ଲୀ ବିଲ୍ଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୧୦ ଲକ୍ଷ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି । ଏହି ପଦକ୍ଷେପ ସମସ୍ତ ଶ୍ରମିକଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା ରହିଛି । ନିର୍ମାଣ ଶ୍ରମିକମାନେ DTC ୱେବସାଇଟରେ କିମ୍ବା ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ବୋର୍ଡ ଦ୍ୱାରା ସ୍ଥାପିତ ୩୪ ଟି ପଞ୍ଜୀକରଣ ବୁଥ ମଧ୍ୟରୁ ଗୋଟିଏରେ ମାଗଣା ପାସ୍ ପାଇଁ ପଞ୍ଜୀକୃତ କରିପାରିବେ ।

ସିସୋଦିଆ ଆହୁରି କହିଛନ୍ତି ଯେ ଏହି ଯୋଜନାରେ ନିର୍ମାଣ କାର୍ଯ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ, କୁଲି, ଚିତ୍ରକର, ଫିଟର୍, କଳକାରଖାନା ଶ୍ରମିକ, କଂକ୍ରିଟ୍ ମିକ୍ସର୍, କ୍ରେନ୍ ଚାଳକ ଏବଂ ପମ୍ପ ଅପରେଟ ଆଦି ଏହି ଯୋଜନା ରେ ଅନ୍ତର୍ଭୁକ୍ତ ରହିବେ । ୨୦୧୯ ମସିହାରେ ଏହି ଯୋଜନାଟି ପ୍ରଥମେ ମହିଳାଙ୍କ ଉଦ୍ଦେଶ୍ୟରେ ମାଗଣା ବସ୍ ପାସ ଘୋଷଣା କରାଯାଇ ଥିଲା ।
ଦିଲ୍ଲୀରେ କେବଳ ଅଳ୍ପ କିଛି ନିର୍ମାଣ ଶ୍ରମିକ ସେମାନଙ୍କ କାର୍ଯ୍ୟ କରୁଥିବା ସ୍ଥାନରେ ରହୁଥିବା ବେଳେ ଅନେକେ ଜାତୀୟ ରାଜଧାନୀ ଉପକଣ୍ଠରୁ କାମ କରିବା ପାଇଁ ପ୍ରତିଦିନ ଆସିଥାନ୍ତି । ତେଣୁ ଏନେଇ ସେମାନଙ୍କୁ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡୁଥିଲା । ବର୍ତ୍ତମାନ ଶ୍ରମିକ ମାନେ ଆରାମରେ ଯେକୌଣସି ସ୍ଥାନକୁ ଯାଇପାରିବେ । ସେଇ ଅର୍ଥକୁ ନିଜ ପରିବାର ପାଇଁ ଖର୍ଚ୍ଚ କରିବା ନେଇ ସିସୋଦିଆ ନିଜର ମତ ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଚିତ୍ରକର ରାଜକୁମାର କହିଛନ୍ତି ଯେ, ପ୍ରତିଦିନ ସୁଲତାନପୁରୀରେ ତାଙ୍କ ଘରୁ ଦ୍ୱାରକା ସେକ୍ଟର ୨୧୦ କୁ ଯାତ୍ରା କରଥାଆନ୍ତି । ତାଙ୍କୁ କାମ କରିବା ପାଇଁ ଯିବା ବାଟରେ ତିନୋଟି ବସ୍ ନେବାକୁ ପଡ଼ିଥାଏ । ନିର୍ମାଣ ଶ୍ରମିକ ମହମ୍ମଦ ଶାହୁଦ ଆଲାମ କହିଛନ୍ତି ଯେ, ତାଙ୍କୁ ପ୍ରତିଦିନ ନରେଲା ଠାରୁ ଗୁରୁଗାଓଁ ଓ ଫରିଦାବାଦ ଯିବାକୁ ପଡିଥାଏ, ଯାହା ଦ୍ଵାରା ତାଙ୍କୁ ପ୍ରତିଦିନ ୧୫୦ ରୁ ୨୦୦ଟଙ୍କା ଦେବାକୁ ପଡୁଥିଲା । ବର୍ତ୍ତମାନ ଆଉ ତାଙ୍କୁ ଅଯଥା ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ।












Click it and Unblock the Notifications