ଆପ୍ ଆଣିଲା ଅଭିଯୋଗ: କେଜରିୱାଲଙ୍କୁ ମାରିବାକୁ ଷଡଯନ୍ତ୍ର
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ତିହାର ଜେଲରେ ରଖାଯାଇଛି । ଏହାରି ମଧ୍ୟରେ ଆପ୍ ଆଣିଛି ସାଂଘାତିକ ଅଭିଯୋଗ । ଜେଲ୍ ଭିତରେ କେଜ୍ରିୱାଲଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଆପ୍ ଅଭିଯୋଗ ଆଣିଛି । ଆପ୍ ନେତ୍ରୀ ଆତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ରକ୍ତ ସର୍କରା ୩୦୦ ଉପରେ ରହିଛି । ସେହିପରି ତାଙ୍କୁ ସୁଗାର ରହିଥିବାରୁ ଇନସୁଲିନ ଦେବା ପାଇଁ ଦାବି କରାଯାଉଥିବା ସତ୍ତ୍ୱେ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଉ ନାହାଁନ୍ତି ।
ଆତିଶୀ ଆହୁରି କହିଛନ୍ତି, ୩୦ ବର୍ଷ ହେବ କେଜ୍ରିୱାଲଙ୍କୁ ମଧୁମେହ ରୋଗ ରହିଛି ଏପରି ସ୍ଥିତିରେ ତାଙ୍କୁ ଇନସୁଲିନ୍ ନ ଦିଆଯିବା ଏକ ପ୍ରକାର ଷଡ଼ଯନ୍ତ୍ର । କ'ଣ ସେମାନ ଅରବିନ୍ଦ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । କେଜ୍ରିୱାଲ ଏପରି ଜଣେ ବ୍ୟକ୍ତି, ଯାହାଙ୍କୁ ବିଜେପି କେବେ ନିର୍ବାଚନରେ ହରାଇ ପାରିବେ ନାହିଁ । ଆତିଶୀ ଅଭିଯୋଗ ଆଣିଛନ୍ତି ଯେ, କେଜ୍ରିୱାଲଙ୍କୁ ଜେଲରେ ମାରିବା ଚେଷ୍ଟା କରାଯାଇଛି ।

ସେହିପରି ଆପରେ ଏହି ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା ଏହି ଅଭିଯୋଗକୁ ନେଇ ୨୪ ଘଣ୍ଟା ମଧ୍ୟରେ ଜେଲରଙ୍କୁ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଷ ଦେଇଛନ୍ତି । ସେହିପରି ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।












Click it and Unblock the Notifications