ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନାଡ ସାଙ୍ଗମା
ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନାଡ ସାଙ୍ଗମା । ରାଜଧାନୀ ଶିଲଙ୍ଗରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ

Conrad Sangma Swearing In Ceremony: ଦ୍ୱିତୀୟ ଥର ପାଇଁ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୋନାଡ ସାଙ୍ଗମା । ରାଜଧାନୀ ଶିଲଙ୍ଗରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ ।
ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ୨୭ ଫେବୃଆରୀରେ ମତଦାନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨ ରେ ତ୍ରିପୁରା ଏବଂ ନାଗାଲାଣ୍ଡ ସହିତ ରାଜ୍ୟ ନିର୍ବାଚନ ଫଳାଫଳ ବାହାରିଥିଲା ଏବଂ କୋନାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ୨୬ଟି ଆସନ ଜିତିଥିଲା । ଏହି ସମାରୋହରେ ଦୁଇଜଣ ଡେପୁଟି ସିଏମ୍ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ପ୍ରେଷ୍ଟନ୍ ଟାଇନସଙ୍ଗ ଏବଂ ସ୍ନିଆୱବାଲାଙ୍ଗ ଧରଙ୍କୁ ମେଘାଳୟର ଡେପୁଟି ସିଏମ୍ ଭାବେ ମନୋନିତ କରାଯାଇଛି ।
କୋନାଡ ସାଙ୍ଗମା ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । ଯେଉଁଥି ପାଇଁ ସେ ୨୨ଜଣ ବିଧାୟକଙ୍କ ଦ୍ୱାରା ସ୍ୱାକ୍ଷରିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ । ଏହାପରେ ତାଙ୍କୁ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୧୧ ଜଣ ବିଧାୟକ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟରୁ ଆଉ ୨ ଜଣ ବିଧାୟକ ସମର୍ଥନ କରିଥିଲେ ଯାହାକୁ ମିଶାଇ ସାଙ୍ଗମାଙ୍କୁ ମୋଟ୍ ୪୫ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା ।












Click it and Unblock the Notifications