ଜନୁଆରୀ ୨୬ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଆରମ୍ଭ
Congress News: ଜନୁଆରୀ ୨୬ ରୁ କଂଗ୍ରେସ ଆରମ୍ଭ କରିବ ସମ୍ବିଧାନ ବଞ୍ଚାଅ ପଦଯାତ୍ରା । ସିଡବ୍ଲୁସିର ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି , ଭାରତ ଯୋଡ ଯାତ୍ରା ଦଳ ପାଇଁ ସଞ୍ଜିବନୀ ସାଜିଥିଲା । ଲୋକଙ୍କ ନିକଟରେ ପହଞ୍ଚି ତାଙ୍କ ସମସ୍ୟା ବିଷୟ ଜାଣି ପାରିଥିଲା କଂଗ୍ରେସ ।

ଭାରତ ଯୋଡ ଯାତ୍ରା ରାଜନୀତିରେ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ସେହିପରି ଏହା ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ଯାହାକୁ ଦୃଷ୍ଟିରେ ରହି ଦଳ ଜନୁଆରୀ ମାସ ୨୬ ତାରିଖରୁ ସମ୍ବିଧାନ ବଞ୍ଚାଅ ପଦ ଯାତ୍ରା ଆରମ୍ଭ କରିବ । କଂଗ୍ରେସର ରାଲି ଗାଁରୁ ବାହାରିବ ।ଏହି ପଦଯାତ୍ରାରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେବା ନେଇ ସୂଚନା ରହିଛି ।












Click it and Unblock the Notifications