ହିଣ୍ଡେନବର୍ଗ ରିପୋର୍ଟ ଘଟଣା : ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ
ନୂଆଦିଲ୍ଲୀ: ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି। ଏନେଇ ଆଜି କଂଗ୍ରେସର ସାଧାରଣ ସଂପାଦକ, ରାଜ୍ୟ ପ୍ରଭାରୀ ଏବଂ ପିସିସି ସଭାପତିଙ୍କ ଏକ ବୈଠକ ପରେ ଦଳର ବରିଷ୍ଠ ନେତା କେସି ବେଣୁଗୋପାଳ ଆନ୍ଦୋଳନ ସଂପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସାଧାରଣ ସଂପାଦକ, ରାଜ୍ୟ ପ୍ରଭାରୀ ଏବଂ ପିସିସି ସଭାପତିଙ୍କ ଏକ ବୈଠକ ଡାକିଥିଲେ । ବୈଠକରେ ୫୮ ନେତା ସାମିଲ ହୋଇଥିବା ବେଳେ ୩୮ ଜଣ ଭଲ ପରାମର୍ଶ ଦେଇଥିଲେ । ଆଦାନୀ ଏବଂ ସେବି ଦୁର୍ନୀତି ସଂପର୍କରେ ଚର୍ଚ୍ଚା ହେଲା । କେସି ବେଣୁଗୋପାଳ ଆହୁରି କହିଛନ୍ତି ଯେ, ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି ।

ଶନିବାର ହିଣ୍ଡେନବର୍ଗ ଆଦାନି ଗ୍ରୁପ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଆମେରିକାର ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ ଆଦାନି ଗ୍ରୁପର ସ୍କାମରେ ଜଡ଼ିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ ରହିଛି।
ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନ ଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। ଏହାକୁ ନେଇ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବଦନାମ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ। ଆଉ ସେବେଠୁ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମାନେ କେନ୍ଦ୍ରକୁ ଲାଗାତର କରୁଛନ୍ତି ଟାର୍ଗେଟ ।












Click it and Unblock the Notifications