Get Updates
Get notified of breaking news, exclusive insights, and must-see stories!

୫ ଦିନିଆ ପୋଲିସ ରିମାଣ୍ଡରେ ଗଲେ ଦିଲ୍ଲୀ AI ସମ୍ମିଟରେ ପ୍ରଦର୍ଶନକାରୀ କଂଗ୍ରେସ କାର୍ଯ୍ୟକର୍ତ୍ତା

ଭାରତ ମଣ୍ଡପମରେ 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ'ରେ ବିରୋଧ ପ୍ରଦର୍ଶନ ଲାଗି ୟୁଥ କଂଗ୍ରେସର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶନିବାର ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ଗିରଫର ଦିନକ ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ଶନିବାର ଦିଲ୍ଲୀ ପାଟିଆଲା ହାଉସ କୋର୍ଟରେ ହାଜର କରି ୫ ଦିନିଆ ରିମାଣ୍ଡ ମାଗିଥିଲା। କୋର୍ଟ ରିମାଣ୍ଡର କାରଣ ପଚାରିବା ପରେ ମଞ୍ଜୁର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନକାରୀଙ୍କ ଓକିଲ ପୋଲିସ ରିମାଣ୍ଡକୁ ବିରୋଧ କରିଥିଲେ। କହିଥିଲେ ଏପରି ହେଲେ ଦେଶରେ ଗଣତନ୍ତ୍ରର ମାନେ କିଛି ରହିବ ନାହିଁ। ହେଲେ କୋର୍ଟ ୪ କାର୍ଯ୍ୟକର୍ତ୍ତାଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

Congress worker

ଗିରଫ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କୃଷ୍ଣା ହରି, କୁନ୍ଦନ ୟାଦବ, ଅଜୟ କୁମାର ଓ ନରସିମହା ଯାଦବ ଅଛନ୍ତି। ଶୁକ୍ରବାର ସମସ୍ତ ୪ ଜଣଙ୍କୁ ଦିଲ୍ଲୀସ୍ଥିତ ଭାରତ ମଣ୍ଡପମରୁ ପ୍ରଦର୍ଶନ କରୁଥିବା ବେଳେ ଗିରଫ କରାଯାଇଥିଲା। କୋର୍ଟରେ ଶୁଣାଣି କାଳରେ ଦିଲ୍ଲୀ ପୋଲିସର ଓକିଲ କହିଥିଲେ ଯେ ଏହି ପ୍ରଦର୍ଶନ କାଳରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିଲା। ନେପାଲ ଜେନ-ଜି ଭଳି ଦେଶକୁ ଭାଗଭାଗ କରିବାର ସ୍ଲୋଗାନ ଦିଆଯାଇଥିଲା। ସେମାନେ ପ୍ରଦର୍ଶନ ଲାଗି ଏପରି ସ୍ଥାନକୁ ବାଛିଥିଲେ ଯେଉଁଠି ବହୁ ସଂଖ୍ୟାରେ ଦେଶ ଦୁନିଆର ପ୍ରତିନିଧି ଥିଲେ। ଏହି ସମୟରେ ପ୍ରଦର୍ଶନକାରୀ ପୋଲିସ ସହିତ ଧସ୍ତାଧସ୍ତି କରିବାରୁ ଦିଲ୍ଲୀ ପୋଲିସର କିଛି କର୍ମଚାରୀଙ୍କୁ ଆଘାତ ଲାଗିଥିବା ଅଭିଯୋଗ କରିଥିଲେ ଓ ୫ ଦିନିଆ ରିମାଣ୍ଡ ଦାବି କରିଥିଲେ।

କୋର୍ଟ ପୋଲିସକୁ ୫ ଦିନିଆ ରିମାଣ୍ଡ ଦାବିର କାରଣ ପଚାରିବାରୁ ମାମଲାର ଯାଞ୍ଚ ଜରୁରି ବୋଲି ପୋଲିସ କହିଛି। ଏହା ଏକ ଷଡ଼ଯନ୍ତ୍ର ଓ କିଏ ସବୁ ଏହି ଷଡ଼ଯନ୍ତ୍ର ପଛରେ ଅଛନ୍ତି ତାର ଯାଞ୍ଚ ହେବା ଆବଶ୍ୟକ ବୋଲି ପୋଲିସ କହିଛି। ସେହପରି ପ୍ରଦର୍ଶନକାରୀ ଏହି ବିରୋଧ ପ୍ରଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଟି-ସାର୍ଟ ପିନ୍ଧିଥିଲେ। ଏହି ସାର୍ଟ ସବୁ ସେମାନେ କେଉଁଠି ପ୍ରିଣ୍ଟ କରିଥିଲେ ତାର ମଧ୍ୟ ଯାଞ୍ଚ ହେବା ଜରୁରି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିକ୍ଷୋଭକାରୀଙ୍କ ଓକିଲ ପୋଲିସର ରିମାଣ଼୍ଡ ନିବେଦନକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହି ଗିରଫଦାରୀ ଦେଶର ଗଣତାନ୍ତ୍ରିକ ଗାରିମାକୁ କମ୍ କରିବ।

ଯଦି ଦେଶରେ ବିରୋଧ ପ୍ରଦର୍ଶନ କଲେ ଗିରଫଦାରୀ ହେବ ଓ ପୋଲିସ ରିମାଣ୍ଡରେ ନେଇ ତଦନ୍ତ କରିବ ତେବେ ସଂସଦରେ ପ୍ରଦର୍ଶନ କରୁଥିବା ସାଂସଦଙ୍କୁ ମଧ୍ୟ ଗିରଫ କରାଯାଇପାରେ। ଯୁବ କଂଗ୍ରେସ ପକ୍ଷରୁ କୋର୍ଟରେ ହାଜର ଓକିଲ କହିଥିଲେ ଯେ ଅଭିଯୁକ୍ତମାନେ ଏକ ରାଜନୈତିକ ଦଳ ସହ ସମ୍ପୃକ୍ତ, ଯେଉଁମାନେ ଏବେ ବିରୋଧୀ ଦଳରେ ଅଛନ୍ତି। ବିକ୍ଷୋଭକାରୀମାନେ ଭାରତମଣ୍ଡପମରେ ଶାନ୍ତିପୂର୍ବକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ କାହାକୁ ଆଘାତ ଦେଇଥିବାର ପ୍ରମାଣ ନାହିଁ। ବିରୋଧ ପ୍ରଦର୍ଶନ ସାମ୍ବିଧାନିକ ଅଧିକାର ଏଣୁ ପୋଲିସ ରିମାଣ୍ଡର କୌଣସି ଆବଶ୍ୟକତା ନାହିଁ ବୋଲି ଓକିଲ କହିଥିଲେ। ତେବେ ପରେ ଦିଲ୍ଲୀ ପୋଲିସର ଦାବିକୁ ଗ୍ରହଣ କରି ପାଟିଆଲା ହାଉସ କୋର୍ଟ ସମସ୍ତ ୪ ଜଣ ପ୍ରଦର୍ଶନକାରୀଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+