କଂଗ୍ରେସ କର୍ମୀଙ୍କୁ ବିଭତ୍ସ ହତ୍ୟା କଲେ ମାଓବାଦୀ
ପୁଣି ଥରେ ରକ୍ତର ଛିଟା । ଛତିଶଗଡ଼ରେ ପୁଣି ଗଡ଼ିଲା ମୁଣ୍ଡ । ହିଂସ୍ରରୂପ ଦେଖାଇଲେ ମାଓବାଦୀ । ପୋଲିସର ଗୁପ୍ତଚର ଭାବି କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁର ସଂଖ୍ୟା ।ମାଓବାଦୀଙ୍କ ଦ୍ୱାରା ଅନେକ ଲୋକଙ୍କର ଜୀବନ ଯାଉଛି । କାହାର ସିନ୍ଦୁର ଲିଭିଯାଉଛି ତ କାହାର କୋଳ ଖାଲି ହୋଇଯାଉଛି । ଆଉ କାହାର ପରିବାର ପୁରା ଧ୍ୱଂସ ହୋଇଯାଉଛି ।
ସେହିପରି ଏକ ଛାତି ଥରା ଘଟଣା ଆଜି ଛତିଶଗଡ଼ରେ ଦେଖିବାକୁ ମିଳିଛି । ଛତିଶଗଡ଼ ବିଜାପୁରରେ ପୁଣି ଯାଇଛି ଜଣଙ୍କ ଜୀବନ । ସେ ହେଉଛନ୍ତି କଂଗ୍ରେସ କର୍ମୀ ନାଗା ଭଣ୍ଡାରୀ। ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଲିଙ୍ଗାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗ୍ରାମର ନାଗା ଭଣ୍ଡାରୀ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ।

ଶ୍ରୀ ଭଣ୍ଡାରୀଙ୍କ ଘରେ ନକ୍ସଲମାନେ ପହଞ୍ଚି ତାଙ୍କୁ ଖୋଜିଥିଲେ। କିନ୍ତୁ ଶ୍ରୀ ଭଣ୍ଡାରୀ କୌଣସି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବାହାରକୁ ଯାଇଥିଲେ। ତାପରେ ସେମାନେ ସାମାଜିକ କାର୍ଯ୍ୟକ୍ରମ ସ୍ଥଳରୁ ତାଙ୍କୁ ଟାଣି ନେଇ ଜଙ୍ଗଲରେ ହତ୍ୟା କରିଥିଲେ। ପ୍ରକାଶ ଥାଉ କି ଗତ ଅକ୍ଟୋବରରେ ଶ୍ରୀ ଭଣ୍ଡାରୀଙ୍କ ଭାଇ ତିରୁପତି ଭଣ୍ଡାରୀଙ୍କୁ ବି ନକ୍ସଲମାନେ ହତ୍ୟା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାଗା ଭଣ୍ଡାରୀ ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ।












Click it and Unblock the Notifications