ଆଦାନୀ ଗ୍ରୁପ୍ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ, ଫେବୃଆରୀ ୨ରେ ଦେଶବ୍ୟାପୀ ଆନ୍ଦୋଳନ
ANIକୁ ସୂଚନା ଦେଇ ଭେଣୁଗୋପାଳ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ସାଧାରଣ ଲୋକଙ୍କ ଟଙ୍କା ବ୍ୟବହାର କରି ନିଜର ଘନିଷ୍ଠ ବନ୍ଧୁଙ୍କୁ ସମର୍ଥନ କରୁଛନ୍ତି ।

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଶିଳ୍ପପତି ଗୌତମ ଆଦାନୀ ବହୁ ଚର୍ଚ୍ଚାରେ ଅଛନ୍ତି । ହିଣ୍ତେନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀ ବିବାଦ ମଧ୍ୟରେ ରହିଆସିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧି ଦଳ । ସଂସଦ ପରେ କଂଗ୍ରେସ ଏବେ ରାସ୍ତାରେ ଏହି ଘଟଣାର ବିରୋଧ କରିବ ବୋଲି ଘୋଷଣା କରିଛି ।
କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ଘୋଷଣା କରିଥଛନ୍ତି ଯେ, ଆଦାନୀ ଗ୍ରୁପ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶବାସୀଙ୍କ ଟଙ୍କା ବ୍ୟବହାର କରି ନିଜ ଘନିଷ୍ଠ ବନ୍ଧୁମାନଙ୍କୁ ସାହାଯ୍ୟ କରୁଛନ୍ତି ଯାହାକୁ କଂଗ୍ରେସ ଦଳ ବିରୋଧ କରୁଛି ଏବଂ ସୋମବାର ଦିନ ଦେଶର ବିଭିନ୍ନ ଏଲଆଇସି ଏବଂ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ।
ANIକୁ ସୂଚନା ଦେଇ ଭେଣୁଗୋପାଳ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ସାଧାରଣ ଲୋକଙ୍କ ଟଙ୍କା ବ୍ୟବହାର କରି ନିଜର ଘନିଷ୍ଠ ବନ୍ଧୁଙ୍କୁ ସମର୍ଥନ କରୁଛନ୍ତି, ତେଣୁ ସୋମବାର ଅର୍ଥାତ୍ ଫେବୃଆରୀ ୬ରେ କଂଗ୍ରେସ ଦଳ ରାସ୍ତାକୁ ଓଲ୍ଲାହିବ । ହିଣ୍ତେନବର୍ଗ ରିପୋର୍ଟ ପରେ ବିରୋଧୀମାନେ ମିଳିତ ଭାବରେ କାର୍ଯ୍ୟ କରିବେ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍ର ସେୟାରରେ ମଧ୍ୟ ହ୍ରାସ ପାଇବାରେ ଲାଗିଛି ।
ସୂଚନାଥାଉ ଯେ, ୨୪ ଜାନୁଆରୀରେ ହିଣ୍ତେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପକୁ ପ୍ରାୟ ୧୦ ଲକ୍ଷ କୋଟିର କ୍ଷତି ସହିବା ପାଇଁ ପଡିଲାଣି । ଏହି ବିବାଦକୁ ନେଇ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଅଦାନୀ ଗ୍ରୁପ୍ ଠକେଇ ସହ ଭାରତର ଆର୍ଥିକ ସ୍ଥିତିରେ କୌଣସି ପ୍ରଭାବ ପଡି ନାହିଁ । ଗତ ଦୁଇ ଦିନ ମଧ୍ୟରେ ଭାରତର ବିଦେଶୀ ମୁଦ୍ରା ଭଣ୍ତାର ୮ ମିଲିୟନ୍ ଡଲାର ଅର୍ଥାତ୍ ୬୫ କୋଟି ୭୮ ଲକ୍ଷ ୬୮ ହଜାର ଟଙ୍କା ବୃଦ୍ଧି ପାଇଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications