ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବ ନାହିଁ କଂଗ୍ରେସ
ନୂଆଦିଲ୍ଲୀ : 22 ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ । ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ କଂଗ୍ରେସର ସମସ୍ତ ବଡ ନେତା ଅଯୋଧ୍ୟା ଯିବେ ନାହିଁ । ଗତ ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସଂସଦୀୟ ଦଳର ସଭାପତି ଅଧୀର ରଂଜନ ଚୌଧୁରୀଙ୍କୁ ରାମ ଜନ୍ମ ଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ମିଳିଥିଲା ।

ଜାନୁୟାରୀ 22 ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ଜୟରାମ ରମେଶ ଏବଂ ଅନ୍ୟାନ୍ୟ ବଡ ନେତା ଯୋଗଦେବେ ନାହିଁ। ଏ ବାବଦରେ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
କଂଗ୍ରେସ ବିବୃତ୍ତିରେ କହିଛି ଯେ କୋଟି କୋଟି ଭାରତୀୟ ପ୍ରଭୁ ରାମଙ୍କୁ ପୂଜା କରନ୍ତି। ଧର୍ମ ସର୍ବଦା ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବିଜେପି ଏବଂ ଆରଏସଏସ ରାମ ମନ୍ଦିରକୁ ଏକ ରାଜନୈତିକ କାର୍ଯ୍ୟରେ ପରିଣତ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କେବଳ ନିର୍ବାଚନ ଲାଭ ପାଇଁ ଏକ ଅର୍ଦ୍ଧ ନିର୍ମିତ ମନ୍ଦିର ଉଦ୍ଘାଟନ କରାଯାଉଛି ।












Click it and Unblock the Notifications