ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ' ଅଭିଯାନ

Donate For Desh: ଆରମ୍ଭ ହେଲା କଂଗ୍ରେସର 'ଦେଶ ପାଇଁ ଦାନ' ଅଭିଯାନ । ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଆଜିଠୁ ବିଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଛି । ଏହି ଅଭିଯାନ ମାଧ୍ୟମରେ କଂଗ୍ରେସ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Mallikarjun Kharge

ଖଡଗେ କହିଛନ୍ତି , ପ୍ରଥମଥର ଦେଶ ପାଇଁ କଂଗ୍ରେସ ଲୋକଙ୍କୁ ଦାନ କରିବା ପାଇଁ କହୁଛି । ଯଦି ଆପଣ କେବଳ ଧନୀ ଲୋକଙ୍କ ଉପରେ ନିର୍ଭର କରିବେ ତେବେ ସେମାନଙ୍କ କଥାରେ ଆପଣଙ୍କୁ ନୀତି ପ୍ରଣୟନ କରିବା ପାଇଁ ପଡିବ । ସ୍ୱାଧୀନତା ସଂଗ୍ରାମ ବେଳେ ମହାତ୍ମା ଗାନ୍ଧି ମଧ୍ୟ ସାଧାରଣ ଲୋତଙ୍କ ଠାରୁ ଦାନ ନେଉଥିଲେ ।

ସେହିପରି କଂଗ୍ରେସ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛି, ଦେଶ ପାଇଁ ଦାନ ଅଭିଯାନ ଅବହେଳିତଙ୍କ ଅଧିକାର ପାଇଁ ଲଢେଇ । ଏକ ସଶକ୍ତ ବିରୋଧୀ ପାଇଁ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । କଂଗ୍ରେସ ୧୩୮ ବର୍ଷ ପୂରଣ କରିବା ସହ ଆଜି ଦଳ ପକ୍ଷରୁ ଦିଲ୍ଲୀରେ ଦେଶ ପାଇଁ ଏହି ଅଭିଯାନର ଆରମ୍ଭ ହୋଇଛି ।

ସୂଚନାଥାଉ ଯେ, କଂଗ୍ରେସ ୱେବସାଇଟରେ ଦିଆଯାଇଥିବା ଲିଙ୍କରେ ଯାଇ ଲୋକମାନେ, ୧୩୮, ୧୩୮୦ କିମ୍ବା ୧୩,୮୦୦ ଟଙ୍କା ଦାନ କରିପାରିବେ । ଏହାଛଡା ଅଧିକ କିମ୍ବା କମ୍ ଟଙ୍କା ମଧ୍ୟ ଲୋକେ ଦାନ କରିପାରିବେ । ଏହି କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧି କହିଛନ୍ତି, ଉତ୍ତମ ଭାରତ ପାଇଁ ଦେଶବାସୀଙ୍କୁ ଦାନ କରିବା ପାଇଁ ମୁଁ ଅନୁରୋଧ କରୁଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କଂଗ୍ରେସ ୨୦୧୮ରେ କ୍ରାଉଡ ଫଣ୍ତିଂ ଅଭିଯାନ ଆରମ୍ଭ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+