କଂଗ୍ରେସ-ଟିଏମସି ମଧ୍ୟରେ ଗଠବନ୍ଧନ ହେବା ପକ୍କା , କଂଗ୍ରେସକୁ ମମତା ଦେଲେ ୫ ଆସନ
କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ମଧ୍ୟରେ ଥିବା ଇଣ୍ଡିଆ ମିଳିତ ମଞ୍ଚ ଅଧୀନରେ ଆସନ ବାଣ୍ଟିବାର ସମାଧାନର ବାଟ ବାହାରିଛି । ଶନିବାର (ଫେବୃଆରୀ ୨୪) ସୂତ୍ରରୁ ପ୍ରକାଶ ଯେ ଟିଏମସି ପଶ୍ଚିମବଙ୍ଗ ରେ କଂଗ୍ରେସ ପାଇଁ ପାଞ୍ଚଟି ସିଟ୍ ଛାଡିବାକୁ ହୋଇଛି ରାଜି । ଟିଏମସି କଂଗ୍ରେସକୁ ଦେବାକୁ ରାଜି ହୋଇଥିବା ଆସନଗୁଡ଼ିକ ରେ ଦାର୍ଜିଲିଂ, ରାଇଗଞ୍ଜ, ଦକ୍ଷିଣ ମାଲଦା, ବାହାମପୁର ଏବଂ ପୁରଲିଆ ରହିଛି ଅନ୍ତର୍ଭୁକ୍ତ ।
ସୂଚନାନୁସାରେ, ଏହା ବ୍ୟତୀତ ମେଘାଳୟ ଏବଂ ଆସାମ ପାଇଁ ସମାଧାନ ମଧ୍ୟ ମିଳିଛି । ଟିଏମସିକୁ ମେଘାଳୟର ତୁରା ଆସନ ଦେବାକୁ କଂଗ୍ରେସ ହୋଇଛି ରାଜି । ଆସାମରେ ମଧ୍ୟ ଟିଏମସି ପାଇଁ କଂଗ୍ରେସ ଗୋଟିଏ ଆସନ ଛାଡିବକୁ ହୋଇଛି ପ୍ରସ୍ତୁତ ।

ଏହା ପୂର୍ବରୁ ଶନିବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ କହିଥିଲେ ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ସହ ଆସନ ବୁଝାମଣା ନେଇ ଆଲୋଚନା ଚାଲିଛି । ମମତା ବାନାର୍ଜୀ ଏବଂ ଟିଏମସି କହିଛନ୍ତି ଯେ ସେମାନେ ଭାରତ ମେଣ୍ଟକୁ ମଜବୁତ କରିବାକୁ ଚାହୁଁଛନ୍ତି ଏବଂ ବିଜେପିକୁ ପରାସ୍ତ କରିବା ହେଉଛି ସବୁଠାରୁ ବଡ ଲକ୍ଷ୍ୟ ।
ଆପଣଙ୍କୁ କହିରଖୁଛୁ ଯେ ଆସନ ବୁଝମଣା ପ୍ରସଙ୍ଗରେ ଦୀର୍ଘ ଦିନ ଧରି ଦୁଇ ଦଳ (କଂଗ୍ରେସ ଏବଂ ଟିଏମସି) ମଧ୍ୟରେ ବିବାଦ ଲାଗି ରହିଥିଲା , କାରଣ ଟିଏମସି କଂଗ୍ରେସକୁ କେବଳ ଦୁଇଟି ସିଟ୍ ଦେବା ପାଇଁ କହିଥିଲା ।
ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ କହିଥିଲେ ଯେ ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି କାରଣରୁ ତାଙ୍କର ଇଣ୍ଡିଆ ମିଳିତ ମଞ୍ଚରୁ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତିକି ଉଭୟ ଦଳର କିଛି ନେତାଙ୍କଠାରୁ ମଧ୍ୟ କଡ଼ା ବିବୃତ୍ତି ମଧ୍ୟ ଦେଖିବାକୁ ମିଳିଥିଲା ।












Click it and Unblock the Notifications