ସମ୍ବିଧାନ ହତ୍ୟା ଦିବସକୁ ନେଇ ପିଏମ୍ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ: ମୋଦୀ ସରକାର ଜୁନ୍ ୨୫କୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ଘୋଷଣା କରିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ନିଜେ ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ନେଇ ସୂଚନା ଦେଇଛନ୍ତି ।
୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଥିଲା ବୋଲି କହି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି । ସେ ଏ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରି କହିଛନ୍ତି ଯେ "୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକଛତ୍ରବାଦୀ ମାନସିକତାକୁ ପ୍ରଦର୍ଶିତ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ । ସେ ଏପରି କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଦେଇଥିଲେ ।

ବର୍ତ୍ତମାନ ଶାସକର ଏହି ନିଷ୍ପତ୍ତିରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟରରେ ପୋଷ୍ଟ କରିଛନ୍ତି ଯେ ଅଣ-ଜୈବିକ ବା ନନ-ବାୟୋଲଜିକାଲ ପ୍ରଧାନମନ୍ତ୍ରୀ ପୁଣି ଥରେ ହିପୋକ୍ରେସିରେ ପରିପୂର୍ଣ୍ଣ ହେଡଲାଇନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications