ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ବଡ଼ ଦାୟିତ୍ୱ ନେବେ ପ୍ରିୟଙ୍କା
ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ବଡ଼ ଦାୟିତ୍ୱ ନେବେ ପ୍ରିୟଙ୍କା
ନୂଆ ଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦଳର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସେ ସମସ୍ତ ପଦାଧିକାରୀ ମାନଙ୍କୁ ଜବାବ ରଖିବାକୁ କହିଥିଲେ । ସେ କହିଛନ୍ତି, ପାର୍ଟିର ମହାସଚିବ ଏବଂ ପ୍ରଦେଶ ପ୍ରଭାରୀ ମାନେ ସମାନଙ୍କ ଦାଇତ୍ୱ ସୁନିଶ୍ଚିତ କରନ୍ତୁ । ଏହା ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ସ୍ଥିତିରେ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ। ଏହି ବୈଠକରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଅଶୋକ ଗେହଲୋଟ୍ ଏବଂ ବହୁ ବଡ଼ ନେତା ଯୋଗ ଦେଇଥିଲେ । ବୈଠକରେ ଦଳ ସମ୍ବନ୍ଧୀୟ ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଯେଉଁଥିରେ ଘୋଷଣା କରାଯାଇଛି ଯେ ଭାରତ ଯୋଡା ଯାତ୍ରା ପରେ କଂଗ୍ରେସ 'ହାତରେ ହାତ ଯୋଡ଼ା' ଅଭିଯାନ ଆରମ୍ଭ କରିବ। ଏହା ସହିତ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଏକ ବଡ଼ ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବଡ଼ ବୈଠକ । ଏହି ବୈଠକ ପରେ ସୂଚନା ଦିଆଯାଇଥିଲା ଯେ ଜାନୁୟାରୀ ୨୬ରେ ଭାରତ ଯୋଡା ଯାତ୍ରା ଶ୍ରୀନଗରରେ ପହଞ୍ଚିବ। ଏହା ପରେ, ଜାନୁଆରୀ ୨୬ରୁ କଂଗ୍ରେସର 'ହାତରେ ହାତ ଯୋଡ଼ା' ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଦୁଇମାସ ଧରି ଚାଲିବା ନେଇ ସୂଚନା ରହିଛି । ଏହି ଅଭିଯାନ ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ ସମ୍ମିଳନୀ ଏବଂ ରାଜ୍ୟ ସ୍ତରରେ ସମ୍ମିଳନୀ କରାଯିବ। ଖଡଗେଙ୍କ ସମେତ ଦଳର ସମସ୍ତ ବଡ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କଂଗ୍ରେସ ଘୋଷଣା କରିଛି ଯେ ପ୍ରିୟଙ୍କା ଗାନ୍ଧୀ ପ୍ରତ୍ୟେକ ରାଜ୍ୟରେ ମହିଳା ପଦଯାତ୍ରାର ନେତୃତ୍ୱ ନେବେ। ଏହାସହ ୧୫୩୦ ଦିନ ମଧ୍ୟରେ ଦଳର ସମସ୍ତ ସଂଗଠନ ତରଫରୁ ଏକ ବଡ଼ ଆନ୍ଦୋଳନର ପ୍ରସ୍ତୁତି କରିବା ପାଇଁ ଖଡଗେ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ଦେଶରେ ଲାଗି ରହିଥିଲା ଘୃଣା ରାଜନୀତିକୁ ପ୍ରତିହତ କରିବା ପାଇଁ ଆନ୍ଦୋଳନ ହିଁ ଏକ ମାତ୍ର ମାଧ୍ୟମ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଉପସ୍ଥିତ ଥିବା ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତ ନେତାଙ୍କୁ ଜବାବ ତଲବ କରିଥିଲେ ଏହାସହ ତୃଣ ମୂଳ ସ୍ତରର ହୋଇଥିବା କାର୍ଯ୍ୟ ବା ଉନ୍ନତି ମୂଳକ କାର୍ଯ୍ୟସୂଚୀ ମାଗିଥିଲେ ।












Click it and Unblock the Notifications