ଲୋକସଭା ନିର୍ବାଚନ ଲାଗି କଂଗ୍ରେସ ଜାରି କଲା ଷଷ୍ଠ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଦଳ କାହାକୁ ଦେଇଛି ସୁଯୋଗ
ନଆଦିଲ୍ଲ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଷଷ୍ଠ ତାଲିକା ପ୍ରକାଶ କରିଛି । ଏଥିରେ ରାଜସ୍ଥାନ ପାଇଁ ଚାରି ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏହି ତାଲିକାରେ ସମୁଦାୟ ପାଞ୍ଚଟି ନାମ ଅଛି । ସେଥିମଧ୍ୟରୁ ଚାରିଟି ରାଜସ୍ଥାନର ହୋଇଥିବା ବେଳେ ଗୋଟିଏ ତାମିଲନାଡୁର ରହିଛି ।
ଏହି ତାଲିକାରେ ରାଜସ୍ଥାନର ଅଜମେର ରାମଚନ୍ଦ୍ର ଚୌଧୁରୀ (ରାଜସ୍ଥାନ),ସୁଦର୍ଶନ ରାୱତ ରାଜସମନ୍ଦ (ରାଜସ୍ଥାନ), ଦାମୋଦର ଗୁର୍ଜର ଭିଲୱାଡା (ରାଜସ୍ଥାନ), ପ୍ରହ୍ଲାଦ ଗୁଞ୍ଜଲ କୋଟା (ରାଜସ୍ଥାନ)ଆଡଭୋକେଟ ସି ରୋବର୍ଟ ବ୍ରୁସ ତିରୁନଲଭେଲି (ତାମିଲନାଡୁ) । ଏହାପୂର୍ବରୁ ଗତକାଲି କଂଗ୍ରେସ ତାହାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା । ସେହି ତାଲିକାରେ ରାଜସ୍ଥାନର ଦୁଇଟି ଲୋକସଭା ଆସନ ଏବଂ ମହାରାଷ୍ଟ୍ରର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ ।

ଏହାପୂର୍ବରୁ ଶନିବାର ଦିନ କଂଗ୍ରେସର ଚତୁର୍ଥ ତାଲିକା ପ୍ରକାଶ ପାଇଥିଲା । ଏଥିରେ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । କଂଗ୍ରେସ ରାଜସ୍ଥାନର ନଗୌର ଆସନ ରାଷ୍ଟ୍ରିୟ ଲୋକକାନ୍ତ ପାର୍ଟି (ଆରଏଲପି) ଲାଗି ଛାଡ଼ିଥିଲା । ଏହାପୂର୍ବରୁ ମାର୍ଚ୍ଚ ୨୧ ରେ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ଯେଉଁଥିରେ ୫୭ ଟି ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । କଂଗ୍ରେସର ପ୍ରଥମ ତାଲିକାରେ ୩୯ ଜଣ ଏବଂ ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।
ସୂଚନା ଯୋଗ୍ୟ , ଏପ୍ରିଲ୍ ୧୯ ରୁ ଜୁନ୍ ୧ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ୍ ଗଣନା ଜୁନ୍ ୪ ରେ ହେବ ।












Click it and Unblock the Notifications