କଂଗ୍ରେସ ପ୍ରକାଶ କଲା ଆଉ ଏକ ପ୍ରାର୍ଥୀ ତାଲିକା , ଜାଣନ୍ତୁ ଦଳ କାହାକୁ କେଉଁଠୁ କରିଲା ପ୍ରାର୍ଥୀ

ନୂଆଦିଲ୍ଲୀ : ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଦେଶରେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଆଉ ଏହାରି ଭିତରେ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ ହିରବାଇ ଜୋତୱା ଏବଂ ଭଡୋଦରା ଆସନରୁ ଯଶପାଲ ସିଂ ପାଦିଆରଙ୍କୁ ଟିକେଟ ଦେଇଛି ।

ପ୍ରାର୍ଥୀ ତାଲିକା ଶେୟାର କରି ଗୁଜରାଟ କଂଗ୍ରେସ କହିଛି ଯେ, ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ତାଲିକା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରକାଶ ପାଇଛି । କଂଗ୍ରେସ ଏ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଲାଗି ମୋଟ ୨୩୫ ପ୍ରାର୍ଥୀ ଘୋଷଣା କରିଛି ।

congress

ଦଳ ପୂର୍ବରୁ ୧୨ଟି ଭିନ୍ନ ତାଲିକାରେ ୨୩୨ ଜଣ ପ୍ରାର୍ଥୀ ଘୋଷଣା କରିସାରିଛି । ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+