କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା କରିଲା ପ୍ରକାଶ, ମହାରାଷ୍ଟ୍ରର ଏହି ଆସନରେ ଦଳ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଉ ଦୁଇଟି ଆସନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ଶୋଭା ଦୀନେଶଙ୍କୁ ଧୁଲେ ଆସନରୁ ଏବଂ ଜଲନା ସିଟରୁ କଲ୍ୟାଣ କାଲେଙ୍କୁ ପ୍ରାର୍ଥୀ ଦେଇଛି ଦଳ । ମହାରାଷ୍ଟ୍ର ପାଇଁ କଂଗ୍ରେସର ଏହା ହେଉଛି ଚତୁର୍ଥ ତାଲିକା । କଲ୍ୟାଣ କାଲେ ବିଜେପିର ରାଓ ସାହେବ ଦାନଭେଙ୍କ ସହ କଡ଼ା ଟକ୍କଟ ଦେବେ । ଯେଉଁଠାରେ ଶୋଭା ବିଜେପିର ଶୁଭଶ ଭାମ୍ରେଙ୍କ ବିରୋଧରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦିତା । ମୁମ୍ବାଇ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ।

ମହାରାଷ୍ଟ୍ରରେ ଆସନ ବୁଝମଣା ଅଧୀନରେ କଂଗ୍ରେସ ୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ପୂର୍ବ ତିନୋଟି ତାଲିକାରେ କଂଗ୍ରେସ କୋଟାରୁ ୧୩ ଟି ଆସନରେ ପ୍ରାର୍ଥୀ କରିଥିଲା । ଚତୁର୍ଥ ତାଲିକାରେ ଆଉ ଦୁଇଟି ନାମ ସହିତ ମୋଟ ୧୫ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବର୍ତ୍ତମାନ କଂଗ୍ରେସ ଆଉ ଦୁଇଟି ଆସନରେ ପ୍ରାର୍ଥୀ ଦେବ ।

Congress Candidate List

ଆସନ ବୁଝମାଣାରେ କଂଗ୍ରେସକୁ ନନ୍ଦୁରବର, ଧୁଲେ, ଆକୋଲା, ଅମ୍ରାବତୀ, ନାଗପୁର, ଭଣ୍ଡାରା-ଗୋଣ୍ଡିଆ, ଗାଡଚିରୋଲି-ଚିମୁର, ଚନ୍ଦ୍ରପୁର, ନନ୍ଦେଡ, ଜାଲନା, ମୁମ୍ବାଇ ଉତ୍ତର ମଧ୍ୟ , ମୁମ୍ବାଇ ଉତ୍ତର, ପୁଣେ, ଲାଟୁର, ସୋଲାପୁର, କୋଲହାପୁର ଏବଂ ରାମଟେକ ଆସନ କଂଗ୍ରେସ ଭାଗରେ ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+