ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଦଳ କାହାକୁ କେଉଁଠି ଦେଇଛି ଟିକେଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ଛତିଶଗଡ ପାଇଁ ୪ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଛତିଶଗଡର ସୁରଗୁଜା (ଏସଟି)ରୁ ଶଶି ସିଂ, ରାୟଗଡ଼ (ଏସଟି) ରୁ ଡ. ମେନ୍ ଦେବୀ ସିଂ, ବିଲାସପୁରରୁ ଦେବେନ୍ଦ୍ର ସିଂ ଯାଦବ ଏବଂ କାଙ୍କେର (ଏସଟି)ରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତାମିଲନାଡୁର ମାୟିଲାଦୁଥୁରାଇ ଆସନରୁ ଆର ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି ।
ଗତକାଲି କଂଗ୍ରେସ ଷଷ୍ଠ ତାଲିକା ପ୍ରକାଶ କରିଛି । ଏଥିରେ ରାଜସ୍ଥାନ ପାଇଁ ଚାରି ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏହି ତାଲିକାରେ ସମୁଦାୟ ପାଞ୍ଚଟି ନାମ ରହିଥିଲା । ସେଥିମଧ୍ୟରୁ ଚାରିଟି ରାଜସ୍ଥାନର ହୋଇଥିବା ବେଳେ ଗୋଟିଏ ତାମିଲନାଡୁର ରହିଥିଲା । ଏହି ତାଲିକାରେ ରାଜସ୍ଥାନର ଅଜମେରରୁ ରାମଚନ୍ଦ୍ର ଚୌଧୁରୀ (ରାଜସ୍ଥାନ),ସୁଦର୍ଶନ ରାୱତ ରାଜସମନ୍ଦ (ରାଜସ୍ଥାନ), ଦାମୋଦର ଗୁର୍ଜର ଭିଲୱାଡା (ରାଜସ୍ଥାନ), ପ୍ରହ୍ଲାଦ ଗୁଞ୍ଜଲ କୋଟା (ରାଜସ୍ଥାନ)ଆଡଭୋକେଟ ସି ରୋବର୍ଟ ବ୍ରୁସ ତିରୁନଲଭେଲି (ତାମିଲନାଡୁ) ।

ଏହାପୂର୍ବରୁ ୨୪ ମାର୍ଚ୍ଚରେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଥିଲା । ସେହି ତାଲିକାରେ ରାଜସ୍ଥାନର ଦୁଇଟି ଲୋକସଭା ଆସନ ଏବଂ ମହାରାଷ୍ଟ୍ରର ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ଏହାପୂର୍ବରୁ ଶନିବାର ଦିନ କଂଗ୍ରେସର ଚତୁର୍ଥ ତାଲିକା ପ୍ରକାଶ ପାଇଥିଲା । ଏଥିରେ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।
କଂଗ୍ରେସ ରାଜସ୍ଥାନର ନଗୌର ଆସନ ରାଷ୍ଟ୍ରିୟ ଲୋକକାନ୍ତ ପାର୍ଟି (ଆରଏଲପି) ଲାଗି ଛାଡ଼ିଥିଲା । ଏହାପୂର୍ବରୁ ମାର୍ଚ୍ଚ ୨୧ ରେ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ଯେଉଁଥିରେ ୫୭ ଟି ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । କଂଗ୍ରେସର ପ୍ରଥମ ତାଲିକାରେ ୩୯ ଜଣ ଏବଂ ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।












Click it and Unblock the Notifications