କଂଗ୍ରେସ ପ୍ରକାଶ କରିଲା ଆଉ ଏକ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଦଳ କାହାକୁ କେଉଁଠି କରିଛି ପ୍ରାର୍ଥୀ
ନୂଆଦିଲ୍ଲୀ:୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର (ଏପ୍ରିଲ ୩୦) ରେ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀଙ୍କ ଏହି ତାଲିକାରେ ଅନେକ ହେଭିୱେଟଙ୍କ ନାମ ରହିଛି ଅନ୍ତର୍ଭୁକ୍ତ । ଏହି ତାଲିକାରେ ତିନୋଟି ରାଜ୍ୟରେ ଚାରିଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି ।
କଂଗ୍ରେସ ହରିୟାଣାର ଗୁରୁଗ୍ରାମରୁ ଅଭିନେତା-ରାଜନେତା ରାଜ ବାବରଙ୍କୁ କରିଛି ପ୍ରାର୍ଥୀ । ଏଥି ସହ ହିମାଚଳ ପ୍ରଦେଶର କଙ୍ଗରା ଆସନରେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ଉପରେ ଭରସା କରି ଦଳ ତାଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି
ହିମାଚଳ ପ୍ରଦେଶର ହମିରପୁର ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁରଙ୍କ ବିରୋଧରେ କଂଗ୍ରେସ ସତ୍ୟପାଲ ରାଇଜଡାଙ୍କୁ ଟିକେଟ୍ ଦେଇଛି ।

ଏଥିସହ ଭୂଷଣ ପାଟିଲଙ୍କୁ ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ଆସନ ପାଇଁ ପ୍ରାର୍ଥୀ କରିଛି ଦଳ । ୟୁପି କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ରାଜ ବାବର ୟୁପିର ଫତେହପୁର ସିକ୍ରି ଆସନରୁ ଗତ ଦୁଇଟି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଉଭୟ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।












Click it and Unblock the Notifications