ରାମ ମନ୍ଦିରର ନିମନ୍ତ୍ରଣକୁ କଂଗ୍ରେସ କରିଥିଲା ପ୍ରତ୍ୟାଖ୍ୟାନ, ହିମନ୍ତ କହିଲେ ତାଙ୍କୁ ଡ଼ାକିବାର ନଥିଲା
ନୂଆଦିଲ୍ଲୀ: ରାମ ଲଲା ପ୍ରାଣ ପ୍ରତିଷ୍ଠା ସମାରୋହ ଏହି ମାସ ୨୨ ଜାନୁଆରୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ କଂଗ୍ରେସ ମନା କରିଦେଇଛି । ସେବେଠାରୁ ଦଳ ବିଜେପିର ଟାର୍ଗେଟରେ ଆସିଛି । ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ସେମାନଙ୍କୁ (କଂଗ୍ରେସ) ଡାକିବା ଉଚିତ ନଥିଲା ।
କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ହିମନ୍ତ ବିଶ୍ୱା ସର୍ମା କହିଛନ୍ତି ଯେ ମୋ ମତରେ ରାମ ଲଲାଙ୍କ ସମାରୋହରେ କଂଗ୍ରେସକୁ ନିମନ୍ତ୍ରଣ କରିବା ଉଚିତ୍ ନଥିଲା । ତେବେ ବିଶ୍ୱ ହିନ୍ଦୁ ପରିଷଦ କଂଗ୍ରେସକୁ ନିଜର ପାପ ଧୋଇବାର ସୁଯୋଗ ଦେଇଥିଲା, କିନ୍ତୁ ସେ ମନା କରି ସେଥିରୁ ବଞ୍ଚିତ ହେଲେ । ମୁଁ ସେମାନଙ୍କ ପାଇଁ (କଂଗ୍ରେସ) ଦୟା ଅନୁଭବ କରୁଛି, କିନ୍ତୁ ଦୁଖ ମଧ୍ୟ ଅନୁଭବ କରୁଛି । ଏକ ସାମ୍ବାଦିକ ସମ୍ମିଳନୀରେ ହିମନ୍ତ ବିଶ୍ୱା ସରମା ଏହି ବିବୃତ୍ତି ଦେଇଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି ଯେ ଭିଏଚପି କଂଗ୍ରେସକୁ ସୁଯୋଗ ଦେଇଛି । କଂଗ୍ରେସ ଏହି ନିମନ୍ତ୍ରଣ ଗ୍ରହଣ କରି 'ହିନ୍ଦୁ ସମାଜ'କୁ କ୍ଷମା ମାଗିଥାନ୍ତା । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ସୋମନାଥ ମନ୍ଦିର ସହିତ ଯାହା କରିଥିଲେ, କଂଗ୍ରେସର ଶୀର୍ଷ ନେତୃତ୍ୱ ବର୍ତ୍ତମାନ ରାମ ମନ୍ଦିର ସହିତ ସମାନ କାର୍ଯ୍ୟ କରୁଛନ୍ତି । ଦେଶର ଲୋକ ଏବଂ ଇତିହାସ ସେମାନଙ୍କୁ ହିନ୍ଦୁ ବିରୋଧୀ ଦଳ ଭାବରେ ଦେଖିବ ।
ସୂଚନାଯୋଗ୍ୟ ଯେ ବୁଧବାର କଂଗ୍ରେସ ଏକ ବିବୃତ୍ତି ଜାରି କରିଥିଲା । କୁହାଯାଇଥିଲା ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଅଧୀର ରଂଜନ ଚୌଧୁରୀ ରାମ ମନ୍ଦିରର ସମାରୋହକୁ ଯିବେ ନାହିଁ । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେଏ ।












Click it and Unblock the Notifications