Congress Protest: ଆଜି କଂଗ୍ରେସର ଦେଶବ୍ୟାପୀ ପ୍ରତିବାଦ
ଗର୍ଜିବ କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ ।
ତେବେ ଏହାର ଜବାବ ଦିଆଯିବ ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଜୟରାମ । ଚାର୍ଜସିଟ ପରେ ରାଜନୈତିକ ବୟାନ ବାଜି ତେଜିଛି । କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି । ୨୦୧୨ରେ ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ଏଥିରେ ବେଆଇନ ଭାବେ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ, ଏଜେଏଲକୁ ୟଙ୍ଗ ଇିଣ୍ଡିଆ ଲିମିଟେଡ ଅଧିଗ୍ରହଣ କରିଥିବା ଅଭିଯୋଗ । ୨ ହଜାର କୋଟି ସମ୍ପତ୍ତି ହଡପ ପାଇଁ ଯୋଜନା ହୋଇଥିବା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ହୋଇଥିଲା । ୨୦୨୧ରେ ତଦନ୍ତ ଆରମ୍ଭ କରିଥିଲା ଇଡି ।
ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି












Click it and Unblock the Notifications