ଏକ ଦେଶ, ଏକ ନିର୍ବାଚନକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ସଭାପତି, କହିଲେ ଆମେ ଏହାକୁ ବିରୋଧ କରୁଛୁ
ଏକ ଦେଶ , ଏକ ନିର୍ବାଚନ ସମ୍ପର୍କରେ କଂଗ୍ରେସ ନିଜର ମତ ସ୍ପଷ୍ଟ କରିଛି । ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଆମେ ଏହାକୁ ବିରୋଧ କରୁଛୁ। ଭାରତ ଭଳି ଦେଶରେ ଏହାର ସ୍ଥାନ ନାହିଁ।

ଏକ ଦେଶ, ଏକ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିକୁ ଲେଖିଥିବା ପତ୍ରରେ ଖାର୍ଗେ କହିଛନ୍ତି ଯେ ସଂସଦୀୟ ଶାସନ ବ୍ୟବସ୍ଥା ଏକକାଳୀନ ନିର୍ବାଚନର ସଂକଳ୍ପ ନାହିଁ। ଏକ ଦେଶ, ଏକ ନିର୍ବାଚନର ଧାରଣାକୁ ତାଙ୍କ ଦଳ ଦୃଢ଼ ବିରୋଧ କରୁଛି ।
କମିଟି ସଚିବ ନିତେନ ଚନ୍ଦ୍ରଙ୍କ ନିକଟକୁ ପଠାଯାଇଥିବା ପରାମର୍ଶରେ ଖାର୍ଗେ ଆହୁରି ମଧ୍ୟ କହିଛନ୍ତି ଯେ ଏକକାଳୀନ ନିର୍ବାଚନ କରିବାର ସଂକଳ୍ପ ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ। ଯଦି ଏକକାଳୀନ ନିର୍ବାଚନ ପ୍ରଣାଳୀ ଲାଗୁ ହେବାକୁ ଯାଉଛି, ତେବେ ସମ୍ବିଧାନର ମୌଳିକ ଗଠନରେ ଯଥେଷ୍ଟ ପରିବର୍ତ୍ତନ ଆବଶ୍ୟକ ହେବ |












Click it and Unblock the Notifications