ନିର୍ବାଚନ ଚାଲିଥିବା ବେଳେ ଖଡଗେ କରିଲେ ବଡ଼ ଦାବି, କହିଲେ ଜୁନ୍ ୪ରେ.....
ଲୋକସଭା ନିର୍ବାଚନ ଲାଗି ୪ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ବାକି ନିର୍ବାଚନ ଲାଗି ଦେଶରେ ଜୋରଦାର ପ୍ରଚର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ 'ଇଣ୍ଡିଆ' ମଜଭୂତ ସ୍ଥିତିରେ ରହିଛି ।

ଏପରିକି ମେଣ୍ଟ ଜୁନ ୪ ପରେ ସରକାର ଗଢ଼ିବ ବୋଲି ଖଡ଼ଗେ ଦାବି କରିଛନ୍ତି । ବୁଧବାର ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ଖଡ଼ଗେ ଲକ୍ଷ୍ନୌରେ ଏକ ଖବରଦାତା ସମ୍ମିଳନୀ ଡକାଇଥିଲେ । ଏଥିରେ ଖଡ଼ଗେ କହିଛନ୍ତି ଯେ ଦେଶରେ ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହୋଇଛି । ବିରୋଧୀ ମେଣ୍ଟ ମଜଭୂତ ସ୍ଥିତିରେ ଅଛି । ପୁରା ବିଶ୍ୱାସରେ କହିବାକୁ ଚାହୁଁଛି ଯେ ହିନ୍ଦୁସ୍ତାନର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ କରିଛନ୍ତି । ଜୁନ ୪ରେ ମେଣ୍ଟ ନୂଆ ସରକାର ଗଢ଼ିବାକୁ ଯାଉଛି ।












Click it and Unblock the Notifications