ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ; ତଦନ୍ତ ଦାବି କଲେ ଖଡଗେ
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେ । ଏହାସହ ଘଟଣାର ତଦନ୍ତ ଦାବି କରିଛନ୍ତି ଖଡ଼ଗେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ଶୋକ ଜଣାଇଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

ଅଜିତଙ୍କ ଅକାଳ ବିୟୋଗ ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଜଣେ କଠିନ ପରିଶ୍ରମୀ ବ୍ୟକ୍ତିଙ୍କ ଦେହାନ୍ତ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ତାଙ୍କ ପରିବାର ସହିତ ଅଛୁ । ଆମେ ଏହି ଦୁର୍ଘଟଣାର ତଦନ୍ତ ଦାବି କରିବୁ ବୋଲି ଖଡ଼ଗେ କହିଛନ୍ତି ।
More From












Click it and Unblock the Notifications