ଗଲେଣି କଂଗ୍ରେସ ବୈଠକକୁ, ମୋଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲେ ସାଂସଦ
କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ହାଇକମାଣ୍ଡ ଦ୍ୱାରା ଡକାଯାଇଥିବା ଆଗାମୀ ବୈଠକରେ ଯୋଗ ଦେବେ ନାହିଁ କଂଗ୍ରେସ ସାଂସଦ ଶଶି ଥରୁର। ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥରୁରଙ୍କ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି।

ବିଶେଷ ସୂତ୍ରର ମିଳିଥିବା ଖବର ଅନୁସାରେ, ନିକଟ ଘଟଣାକ୍ରମ ଥରୁରଙ୍କୁ କ୍ଷୁବ୍ଧ କରିଛି। ବିଶେଷକରି କୋଚିରେ ହୋଇଥିବା ମହାପଞ୍ଚାୟତ କାର୍ଯ୍ୟକ୍ରମରେ ରାହୁଲ ଥରୁରଙ୍କ ନାଁ ଉଲ୍ଲେଖ ନ କରିବା ଥରୁରଙ୍କ ମନରେ ଅସନ୍ତୋଷ ବଢାଇଛି। ତେବେ କଂଗ୍ରେସର ଅନ୍ୟ ଏକ ସୂତ୍ର କହୁଛି ଯେ ଥରୁର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଦଳୀୟ ବୈଠକକୁ ନ ଯାଇ କେରଳରେ ରହିବାକୁ ହାଇକମାଣ୍ଡଙ୍କ ଠାରୁ ଅନୁମତି ମାଗିଥିଲେ।
ଥରୁରଙ୍କ ନିର୍ବାଚନମଣ୍ଡଳୀ ତିରୁବନନ୍ତପୁରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ ରହିଛି। ଏହି ସମୟରେ ସେ ତାଙ୍କର ନିର୍ବାଚନ ମଣ୍ଡଳୀରେ ରହିବାକୁ ହାଇ କମାଣ୍ଡଙ୍କ ଠାରୁ ଅନୁମତି ମାଗିଥିଲେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।
ତେବେ କଂଗ୍ରେସର କିଛି ନେତାଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଥରୁର ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଅଛନ୍ତି। କାରଣ ରାଜ୍ୟର ନେତୃତ୍ୱ ସହିତ ତାଙ୍କର ବିବାଦ ବିଷୟରେ ସେ ଅନେକ ଥର କେନ୍ଦ୍ରୀୟ ନେତୃତ୍ୱ ସହିତ ଆଲୋଚନା କରିଥିଲେ ବି ହାଇକମାଣ୍ଡ କୌଣସି ସମାଧାନ କରି ନାହାନ୍ତି। ଏନେଇ ଥରୁର ନିଜ ଅଶନ୍ତୋଷକୁ ନିକଟତର ନେତାଙ୍କ ସହିତ ଆଲୋଚନା ବି କରିଛନ୍ତି। ତେଣୁ ଦଳକୁ ନେଇ ଥିବା ତାଙ୍କ ମଧ୍ୟରେ ଅଶନ୍ତୋଷ ହିଁ ବୈଠକ ପରିତ୍ୟାଗର ଏକ କାରଣ ହୋଇପାରେ ବୋଲି କୁହାଯାଉଛି।
-
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK




Click it and Unblock the Notifications