ଜାମ୍ମୁକାଶ୍ମୀର, ଲଦାଖରେ ଏକାଠି ଲଢିବେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ, ଜାଣନ୍ତୁ କିଏ କେତେ ଆସନରେ କରିବ ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ସବୁଠି ରାଜନୀତି ମାହୋଲ ରହିଛି ବେସ୍ ସରଗରମ୍ । ଗୋଟିଏ ପଟେ ବିଜେପି ୪୦୦ ପ୍ଲସ୍ ନାରା ଦେଇ ନିର୍ବାଚନ ଲଢୁଥିବାବେଳେ, ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ମୋଦୀଙ୍କ ବିଜୟ ରଥରେ ବ୍ରେକ୍ ଦେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି । ଆଉ ଏହାରି ଭିତରେ ଜାମ୍ମୁକାଶ୍ମୀର ଓ ଲଦାଖରେ ନିର୍ବାଚନ ପୂର୍ବରୁ ଏକାଠି ହେଇଛନ୍ତି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ।

ଆସନ ବୁଝାମଣା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏନସି ପ୍ରାର୍ଥୀମାନେ ତିନୋଟି ଆସନରେ ଲଢ଼ିବେ ଏବଂ ଅବଶିଷ୍ଟ ଆସନରେ ଆମେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବୁ । ସେ କହିଛନ୍ତି ଯେ ଉଧମପୁର, ଜମ୍ମୁ ଓ ଲଦାଖ ଆସନରେ କଂଗ୍ରେସ ଏବଂ ଅନନ୍ତନାଗ-ରାଜୌରୀ, ବାରାମୁଲା ଏବଂ ଶ୍ରୀନଗର ଆସନରେ ନ୍ୟାସନାଲ କନଫରେନ୍ସ ପ୍ରତିଦ୍ୱନ୍ଦ୍ୱିତା କରିବ ।

rahul gandhi

ନ୍ୟାସ୍‌ନାଲ କନଫରେନ୍ସ ନେତା ତଥା ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଶିଟ୍ ଶେୟାରିଂ ନେଇ ସୂଚନା ଦେଇଛନ୍ତି ଉମାର କିଛିଦିନ ତଳେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି(ପିଡିପି) ମୁଖ୍ୟ ମେହେବୁବା ମୁଫ୍‌ତୀ ବିରୋଧୀଦଳ ମହାମେଣ୍ଟ ଇଣ୍ଡିଆରୁ ଓହରିଯାଇଥିବା ଘୋଷଣା କରିବା ପରେ ତାଙ୍କ ଦଳ କାଶ୍ମୀରେ ଏକାକୀ ସମସ୍ତ ଆସନରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲେ ।

କାଶ୍ମୀରର ସମସ୍ତ ୩ଟି ଆସନରେ ପିଡିପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପିଡିପି ମୁଖ୍ୟ ମେହେବୁବା ନିଜେ ଅନନ୍ତନାଗରୁ ନିର୍ବାଚନ ଲଢ଼ିବେ । ତାଙ୍କ ମୁକାବିଲା କଂଗ୍ରେସର ପୂର୍ବତନ ଭେଟେରାନ ଗୁଲାମ ନବୀ ଆଜାଦଙ୍କ ସହ ହେବ । ପିଡିପି ସହ ମେଣ୍ଟ ପ୍ରସଙ୍ଗରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ଆମେ ଏକାଠି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହି ସହମତି ହୋଇପାରିନଥିଲା ।

ଲୋକସଭା ନିର୍ବାଚନରେ ଆମକୁ ସାହାଯ୍ୟ କରିବାକୁ ଆମେ ତାଙ୍କୁ କହିଥିଲୁ । ବିଧାନସଭାରେ ଆମେ ସେମାନଙ୍କୁ ସାହାଯ୍ୟ କରିବୁ କିନ୍ତୁ ତାହା ଫଳପ୍ରଦ ହେଲା ନାହିଁ । ଗଣତନ୍ତ୍ରରେ ସେମାନଙ୍କର ଯେକୌଣସି ସ୍ଥାନରୁ ନିର୍ବାଚନ ଲଢ଼ିବାର ଅଧିକାର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+