ଆୱାର୍ଡ ନେବା ପାଇଁ ମନା କଲେ କଂଗ୍ରେସ ସାଂସଦ ଶଶି ଥରୁର

ଆୱାର୍ଡ ନେବା ପାଇଁ ମନା କଲେ କଂଗ୍ରେସ ସାଂସଦ ଶଶି ଥରୁର। ସାଂସଦଙ୍କୁ ନପଚାରି ତାଙ୍କୁ ଏକ ସଂସ୍ଥା ବୀର ସାବରକର ଆୱାର୍ଡ ଦେବାକୁ ଘୋଷଣା କରିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଆୱାର୍ଡ ଗ୍ରହଣ କରିବି ନାହିଁ ବୋଲି କହିଥିଲେ ଥରୁର। ଏନଜିଓ ଗ୍ରୁପ୍ ଏଚ୍ଆରଡିଏସ୍ ଇଣ୍ଡିଆ 'ବୀର ସାଭରକର ଇଣ୍ଟରନ୍ୟାସନାଲ ଇମ୍ପାକ୍ଟ ପୁରସ୍କାର ୨୦୨୫' ଘୋଷଣା କରିଛି। ଏହି ପୁରସ୍କାର ପାଇଁ ମୋଟ ୬ଜଣଙ୍କୁ ମନୋନୀତ କରାଯାଇଛି।

Shashi Tharoor

ନଜଣାଇ ମୋତେ ଆୱାର୍ଡ ଦେବାକୁ ମନୋନୀତ କଲେ କିପରି?
ଶଶି ଥରୁରଙ୍କ ଅନୁଯାୟୀ, ସେ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଇଲେ ଯେ ତାଙ୍କୁ ଦିଲ୍ଲୀରେ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ସେ ଗତକାଲି କେରଳରେ ଥିବା ସମୟରେ ଏହି ଘୋଷଣା ବିଷୟରେ ଜାଣିଥିଲେ। ତାଙ୍କୁ ଏହି ଆୱାର୍ଡ ବିଷୟରେ ପୂର୍ବରୁ କେହି ବି ଜଣାଇନଥିଲେ।

ଶଶି ଥରୁର ତିରୁବନନ୍ତପୁରମରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, "ମୋତେ ପୁରସ୍କାର ବିଷୟରେ ପୂର୍ବରୁ ସୂଚନା ଦିଆଯାଇନଥିଲା। ଏବଂ ମୁଁ ଏହାକୁ ଗ୍ରହଣ କରିନାହିଁ। ମୋ ସମ୍ମତି ବିନା ନାମ ଘୋଷଣା କରିବା ଉଚିତ୍ ନଥିଲା।"

ଆଜି ନୂଆଦିଲ୍ଲୀର NDMC କନଭେନସନ ହଲରେ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+