ମୋଦିଙ୍କ ବିକଳ୍ପ କିଏ, ଏହାର ଜବାବ ରଖିଲେ ଥରୁର୍‌, ଜାଣନ୍ତୁ ସେ କଣ କହିଲେ ....

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ବେସ୍ ଲୋକ ପ୍ରିୟ । ତାଙ୍କ ନେତୃତ୍ୱରେ ତୃତୀୟଥର ବିଜେପି ଦେଶରେ ଶାସନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଆଉ ଏନଡିଏ ମଧ୍ୟ ଅବକି ବାର ୪୦୦ ପାରର ନାରା ଦେଇ ପ୍ରଚାର ମଇଦାନକୁ ଓହ୍ଲାଇଛି । ତେବେ ଦେଶରେ ନରେନ୍ଦ୍ର ମୋଦିଙ୍କ ବିକଳ୍ପ କିଏ ତାହାକୁ ନେଇ ବେଶ୍ ଆଲୋଚନା ହେଉଛି ।

ଏହାସହ ଜଡିତ ଏକ ପ୍ରଶ୍ନରେ କଂଗ୍ରେସ ଏମ୍‌ପି ଶଶି ଥରୁର ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପ୍ରଶ୍ନ ଭୁଲ ଅଟେ, କାରଣ ଆମେ କୌଣସି ବ୍ୟକ୍ତିଙ୍କୁ ନୁହେଁ ବରଂ ଏକ ଦଳ ବା ଗଠବନ୍ଧନକୁ ବାଛିଥାଉ । ଜଣେ ସାମ୍ବାଦିକ ତାଙ୍କୁ ଏକ ପ୍ରଶ୍ନ ପଚାରିବା ପରେ ଶଶି ଥରୁର ଏହି ଉତ୍ତର ଦେଇଛନ୍ତି ।

shashi tharoor

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଶଶି ଥରୁର କହିଛନ୍ତି, "ପୁଣି ଥରେ ଜଣେ ସାମ୍ବାଦିକ ମୋତେ ପଚାରିଲେ ପିଏମ ମୋଦୀଙ୍କ ବିକଳ୍ପ କିଏ ହୋଇପାରେ? ସଂସଦ ବ୍ୟବସ୍ଥାରେ ଏହି ପ୍ରଶ୍ନ ଅବୈଧ ଅଟେ । ଆମେ କୌଣସି ବ୍ୟକ୍ତି ବିଶେଷଙ୍କୁ ବାଛି ନାହୁଁ, ବରଂ ଏକ ଦଳ କିମ୍ବା ଦଳର ମିଳିତ ମଞ୍ଚକୁ ବାଛିଥାଉ ବୋଲି କହିଥିଲେ ଥରୁରୁ ।

ଥରୁର ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ପାଇଁ ଯିଏ ପସନ୍ଦ ହେବ, ସେ ଜଣେ ଅଭିଜ୍ଞ, ଦକ୍ଷ ତଥା ବିବିଧ ଭାରତୀୟ ନେତା ହେବେ, ଯିଏ ଲୋକଙ୍କ ସମସ୍ୟା ପ୍ରତି ପ୍ରତିକ୍ରିୟାଶୀଳ ହେବେ ଏବଂ ବ୍ୟକ୍ତିଗତ ଇଗୋ ରହିବ ନାହିଁ ।" ପ୍ରଧାନମନ୍ତ୍ରୀ ଦ୍ୱିତୀୟ ବିଚାର । ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବାଛିବା ଏକ ଗୁରୁତର ବିଚାର । "

କେରଳର ଥିରୁୱନ୍ତପୁରମର ତିନିଥର ସାଂସଦ ଚତୁର୍ଥ ଥର ପାଇଁ ଏଠାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଥରୁର୍ । ସେ ଏହି ଆସନରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର ଏବଂ ବାମପନ୍ଥୀ ପ୍ରାର୍ଥୀ ପ୍ୟାନନ ରାଭେନ୍ଦ୍ରନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆପଣଙ୍କୁ କହିରଖୁଛୁ ଯେ ଗତ କିଛି ସପ୍ତାହ ଧରି ଥରୁର ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି । ଏପ୍ରିଲ ୨୬ ରେ ତିରୁୱନ୍ତପୁରମରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ସାରା ଦେଶରେ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ ୧୯ ରୁ ମତଦାନ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+