ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାହୁଲ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସିଲାଣି ।ଏଥି ଲାଜି ସବୁଦଳ ବି ପ୍ରସ୍ତୁତ । କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦେଶରେ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆଜି ଦଶମ ଦିନ । ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର (ଜାନୁଆରୀ ୨୩) କହିଛନ୍ତି ଯେ ଏହା ବିଜେପି ର ଏକ ରାଜନୈତିକ କାର୍ଯ୍ୟକ୍ରମ ।
ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ର ଲହର ବିଷୟରେ ପଚରାଗଲା ରାହୁଲ ଗାନ୍ଧୀ କହିଛନ୍ତି, କୌଣସି ଲହର ନାହିଁ । ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ଏହା ହେଉଛି ବିଜେପିର ଏକ ରାଜନୈତିକ କାର୍ଯ୍ୟକ୍ରମ ଏବଂ ନରେନ୍ଦ୍ର ମୋଦୀ ଜୀ ସେଠାରେ ରାଜନୈତିକ କାର୍ଯ୍ୟକ୍ରମ କରିଥିଲେ ଏବଂ ଗତକାଲି ଯେଉଁ ପୂଜା କଲେ ତାହା କେବଳ ପ୍ରଦର୍ଶନ ଥିଲା । କିନ୍ତୁ ଆମର ପ୍ଲାନ୍ ଆମେ ଦେଶ ଆଗରେ ରଖିବୁ ।

ଆଗାମୀ ଦିନରେ, ଆମେ ଯୁବକ, କୃଷକ ଏବଂ ମହିଳାଙ୍କ ପାଇଁ ନ୍ୟାୟ ପାଇଁ ଆମର ରୋଡମ୍ୟାପ୍ ଜାରି କରିବୁ । ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଥିଲେ ଯେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ବିଜେପି, ଆରଏସଏସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇ ଆୟୋଜନ କରାଯାଇଛି । ଏହି କାରଣରୁ ଆମର ନେତାମାନେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ ।
କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ଆଧୀର ରଂଜନ ଚୌଧରୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏ ସମ୍ପର୍କରେ ଦଳ ଏକ ବିବୃତ୍ତି ଜାରି କରି କହିଥିଲା ଯେ, ବିଜେପି ଏହି କାର୍ଯ୍ୟକ୍ରମକୁ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଛି ।












Click it and Unblock the Notifications