ହାଥରସ ପୀଡ଼ିତଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ଉତ୍ତରପ୍ରଦେଶର ହାଥରସ ଏକ ସତସଙ୍ଗରେ ଦଳାଚକଟାରେ ୧୨୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏହି ଘଟଣା ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ୍‌ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରି ସାରିଲାଣି। ଗିରଫ ହୋଇଥିବା ସମସ୍ତ ସଦସ୍ୟ ସତ୍‌ସଙ୍ଗରେ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ।

rahul gandhi

ହାଥରସ୍‌ରେ ଘଟିଥିବା ଏହ ଘଟଣା ପରଠାରୁ ଆଶ୍ରମ ବାହାରେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ହାଥରସ୍‌ ଗସ୍ତରେ ଯାଇ ସେଠାରେ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। କିଛି ପ୍ରଭାବିତ ପରିବାରଙ୍କୁ ଭେଟିବା ପାଇଁ ସେ ଆଲିଗଡ ଗସ୍ତ କରିଥିଲେ।
ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଏହା ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବାଧିକ କ୍ଷତିପୂରଣ ଦିଆଯିବା ଉଚିତ। ସେମାନେ ଗରିବ ପରିବାରର ଅଟନ୍ତି ଓ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରୁଛି।

ଏହାପୂର୍ବରୁ ରାହୁଲ ଜଣେ ଅଗ୍ନିବୀରଙ୍କ ପାଇଁ ସ୍ବର ଉଠାଇବାରୁ ତାଙ୍କ ପରିବାରକୁ ୯୮ ଲକ୍ଷ ଟଙ୍କା ମିଳିଛି। ସହିଦ ଅଜୟ କୁମାରଙ୍କ ପିତା ବର୍ତ୍ତମାନ କ୍ଷତିପୂରଣ ବାବଦରେ ୯୮ ଲକ୍ଷ ଟଙ୍କା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ତ‌ାଙ୍କ ପୁଅ ସହିଦ ହେବା ପରେ କୌଣସି ଅନୁକମ୍ପାମୂଳକ ରାଶି ପାଇନାହାନ୍ତି ବୋଲି କହୁଥିବାର ଏକ ଭିଡିଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ସେ ଭାରତୀୟ ସେନା କିମ୍ବା କେନ୍ଦ୍ର ସରକାରଙ୍କ ନିକଟରକୁ କୌଣସି ଅନୁକମ୍ପାମୂଳକ ରାଶି ପାଇନାହାନ୍ତି ବୋଲି ପ୍ରକାଶ କରିଥିଲେ।

ବୁଧବାର ଦିନ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅଜୟ କୁମାରଙ୍କ ପରିବାରକୁ ଦିଆଯାଇଥିବା ୯୮ ଲକ୍ଷ ଟଙ୍କା କ୍ଷତିପୂରଣ ବିଷୟରେ ମିଥ୍ୟା କହିଥିବା ଅଭିଯୋଗ ଆଣିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+