Get Updates
Get notified of breaking news, exclusive insights, and must-see stories!

ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

Parliament Session: ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। ଏନେଇ ସୂଚନା ଦେଲେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ । ଆଜି କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Parliament Session
କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହେବେ। କଂଗ୍ରେସ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରୋଟେମ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସୂଚନା ଦେଇଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକସଭାରେ ବିରୋଧୀ ଦଳର ନେତା ହେବେ ରାହୁଲ ଗାନ୍ଧୀ ।

ଭେନୁଗୋପାଲ ଆହୁରି କହିଛନ୍ତି ଯେ, ଅସ୍ଥାୟୀ ବାଚସ୍ପତି ଭର୍ତ୍ତୁହରି ମହତାବଙ୍କୁ ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ପଦଅଧିକାରୀଙ୍କ ନାଁ ପରେ ଘୋଷଣା କରାଯିବ । 18 ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+