କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ ଆଶ୍ୱସ୍ତି, କୋର୍ଟ ଦେଲେ ଗ୍ରୀନ ସିଗିନାଲ
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ ଆଶ୍ୱସ୍ତି ମିଳିଛି । ପୁଣେର ଏକ ଅଦାଲତ ଶୁକ୍ରବାର ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮ତାରିଖକୁ ଧାର୍ଯ୍ୟ କରାଯାଇଛି। ବିନାୟକ ଦାମୋଦର ସାବରକରଙ୍କ ନାତି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ଶୁଣାଣିରେ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିବା କୁହାଯାଉଛି।

ରାହୁଲ ଗାନ୍ଧି ୨୦୨୩ ମାର୍ଚ୍ଚରେ ଲଣ୍ଡନରେ ସାବରକରଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗ ହୋଇଛି, ଯାହା ପରେ ସାବରକରଙ୍କ ନାତି ପୁଣେରେ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଏହାପରେ ଏବେ କୋର୍ଟରେ ଶୁଣାଣି ଚାଲିଛି।
ଓକିଲଙ୍କ ତରଫରୁ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବା ପାଇଁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଅନୁମୋଦନ କରିଥିଲେ। ଏହାପରେ ରାହୁଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିରେ ଯୋଗ ଦେଇଥିଲେ ଏବଂ କୋର୍ଟ କଂଗ୍ରେସ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ।












Click it and Unblock the Notifications