କାର୍ତ୍ତି ଚିଦାମ୍ବରମ୍ଙ୍କୁ ଝଟ୍କା। ଚୀନ୍ ଭିସା ଦୁର୍ନୀତି ମାମଲାକୁ
କାର୍ତ୍ତି ଚିଦାମ୍ବରମ୍ଙ୍କୁ ଝଟ୍କା। ଚୀନ୍ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ବିରୋଧରେ ଶୁଣାଣି କରିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପ୍ରମାଣକୁ ଦୃଷ୍ଟିରେ ରଖି ବିଚାରପତି କାର୍ତ୍ତି ଚିଦାମ୍ବରମ୍, ତାଙ୍କ ଘନିଷ୍ଠ ସହଯୋଗୀ ଏସ୍. ଭାସ୍କର ରମଣ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସମେତ ପ୍ରାସଙ୍ଗିକ ଧାରା ଅନୁଯାୟୀ ଅଭିଯୋଗ ଆଣିଛନ୍ତି।

ଏହି ମାମଲା ୨୦୧୧ ମସିହାର ଅଟେ । ଯେତେବେଳେ କି ତତ୍କାଳୀନ ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ ତାଙ୍କ କାର୍ଯ୍ୟକାଳ ସମୟରେ ନିୟମାବଳୀକୁ ଅଣଦେଖା କରି ୨୬୩ ଜଣ ଚୀନ୍ ନାଗରିକଙ୍କୁ ଏକ ବିଦ୍ୟୁତ ପ୍ରକଳ୍ପ ପାଇଁ ଭିସା ପ୍ରଦାନ କରିଥିଲେ। ଏଥିପାଇଁ ସେ ଲାଞ୍ଚ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ତେବେ ଆଇନ ତାଙ୍କୁ ଅନେକ ବିକଳ୍ପ ଦେଇଛି। ସେ ଏଗୁଡ଼ିକୁ ବ୍ୟବହାର କରି ନିଜର ଆଇନଗତ ଲଢ଼େଇ ଜାରି ରଖିବେ ବୋଲି କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଜାନୁଆରୀ ୧୬ ତାରିଖରେ ହେବା ନେଇ ଜଣାପଡ଼ିଛି।












Click it and Unblock the Notifications