ହାତ ଦେଲାନି ଟିକେଟ, କଂଗ୍ରେସର ସାଥ୍ ଛାଡ଼ିଲେ ସାଂସଦ
ନୂଆଦିଲ୍ଲୀ: ଆସନ୍ତା ଲୋଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ନିକଟରେ ପଞ୍ଜାବରୁ ଜଣେ ବିରିଷ୍ଠ ନେତା କଂଗ୍ରେସର ସାଥ୍ ଛାଡିଥିବା ବେଳେ ଏବେ ଆସାମରେ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆସାମର ବାରପେଟାରୁ ଦଳର ଏମପି ଅବଦୁଲ ଖାଲିକ କଂଗ୍ରେସର ସାଥ୍ ଛାଡ଼ିଛନ୍ତି । କୁହଯୋଉଛି ଯେ, ତାଙ୍କର ଟିକେଟ କଟାଯାଇଥିବା କାରଣରୁ ସେ ଏହି ପଦକ୍ଷେପ ନେଇଛନ୍ତି ।
ଅବଦୁଲ ଖାଲିକ ବର୍ତ୍ତମାନ ବାରପେଟା ଲୋକ ସଭା ଆସନରୁ ଏମପି ଅଛନ୍ତି, କିନ୍ତୁ ଦଳ ତାଙ୍କୁ ଏଥର ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଆସାମ ପ୍ରଦେଶ କଂଗ୍ରେସ ସେବା ଦଳ ସଭାପତି ଦୀପ ବୟାନଙ୍କୁ ଏହି ଆସନ ଦିଆଯାଇଛି । ଟିକେଟ ଘୋଷଣା ହେବା ମାତ୍ରେ ଆଲୋଚନା ଆରମ୍ଭ ହୋଇଥିଲା ଯେ ଅବଦୁଲ ଖାଲିକ ଦଳ ଛାଡିପାରନ୍ତି । ଆଉ ଆଜି ଦଳ ଛାଡିଛନ୍ତି । ଟିକେଟ ପ୍ରତ୍ୟାଖ୍ୟାନ କରାଯିବା ପରେ ଅବଦୁଲ ଖାଲିକ କହିଥିଲେ ଯେ ଆସାମରେ ମୁସଲମାନ ସମ୍ପ୍ରଦାୟକୁ କଂଗ୍ରେସ ଅବହେଳା କରୁଛି।

ଅବଦୁଲ ଖାଲିକ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏକ ଚିଠି ଲେଖି ଆସାମ କଂଗ୍ରେସର ଅଧ୍ୟକ୍ଷଙ୍କ ଆଚରଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥର କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଦୁଇଥର ବିଧାୟକ ଏବଂ ଥରେ ସାଂସଦ ଥିବା ଖାଲିକଙ୍କୁ ଟିକେଟ୍ ଦେଇନଥିଲା । ଦଳ ନିଜର ରାଜ୍ୟ ସେବା ଦଳ ମୁଖ୍ୟ ଦୀପ ବାୟନଙ୍କୁ ବାରପେଟା ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ।
ଆଉ ଏଥିରେ ଖପ୍ପା ହୋଇ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ସାଂସଦ ଦାବି କରିଛନ୍ତି ଯେ ଦଳ ରାଜ୍ୟରେ ଏକ ଅଜବ ରାସ୍ତା ଗ୍ରହଣ କରିଛି ଯେଉଁଠାରେ ଲୋକ-କେନ୍ଦ୍ରିକ ପ୍ରସଙ୍ଗ ପଛରେ ରହିଛି । ସେ କହିଛନ୍ତି, "ମୁଁ ଅନୁଭବ କରୁଛି ଯେ ଦଳର ରାଜ୍ୟ ସଭାପତିଙ୍କ ମନୋଭାବ ଏବଂ ଆଭିମୁଖ୍ୟ ଆସାମରେ ଦଳର ଆଶା ନଷ୍ଟ କରିଦେଇଛ ବୋଲି ସେ କହିଛନ୍ତି ।












Click it and Unblock the Notifications