କଂଗ୍ରେସକୁ ଘୋଡ଼ା ବେପାର ଭୟ, ୧୬ ବିଧାୟକ ଗଲେ ହାଇଦ୍ରାବାଦ
ପାଟନା: ବିରୋଧୀଙ୍କୁ ଘୋଡ଼ା ବେପାର ଭୟ । ରାଜ୍ୟ ଛାଡ଼ିଲେ କଂଗ୍ରେସର 16 ବିଧାୟକ । ବିହାରର 16 ଜଣ ବିଧାୟକ ରବିବାର ସନ୍ଧ୍ୟାରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଗତକାଲିଠାରୁ ସମସ୍ତ ବିଧାୟକ ଦିଲ୍ଲୀରେ ଥିଲେ । ସୋମବାର ଆଉ ତିନି ଜଣ କଂଗ୍ରେସ ବିଧାୟକ ହାଇଦ୍ରାବାଦ ଯିବେ । ଫେବୃଆରୀ 12 ରେ ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ 'ଘୋଡା ବେପାର' ଭୟରେ କଂଗ୍ରେସ ନିଜର ବିଧାୟକମାନଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଏହି ବିଧାୟକ ମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖାର୍ଗେ ବୈଠକ ପରେ ହାଇଦ୍ରାବାଦ ପାଠ ଯାଇଛି ।

ଆରଜେଡି ସହ ମେଣ୍ଟ ଭାଙ୍ଗି ନୀତିଶ କୁମାର ଏବେ ଏନଡିଏ ସହ ବିହାର ନୂଆ ସରକାର ଗଠନ କରିଛନ୍ତି । ଯାହା ପାଇଁ ଫେରୁଆରୀ 12ରେ ବିହାର ବିଧାନସଭାର ନିଜ ସରକାର ସଂଖ୍ୟା ଗରିଷ୍ଠାତର ପ୍ରମାଣ ଦେବାକୁ ପଡ଼ିବ ।
ବର୍ତ୍ତମାନ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮ ବିଧାୟକ ଅଛନ୍ତି। ଏନ୍ଡିଏ ସହ ମେଣ୍ଟ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ପାଖରେ ୪୫, ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ପାଖରେ ୪ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଲୋଡା। ଏଭଳି ସ୍ଥିତିରେ ୧୨୮ ବିଧାୟକଙ୍କ ସମର୍ଥନ ସହ ନୀତୀଶ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି।












Click it and Unblock the Notifications