Get Updates
Get notified of breaking news, exclusive insights, and must-see stories!

EDର ବଡ଼ ଚଢ଼ାଉ, ଧରାପଡ଼ିଗଲେ ମାଲାମାଲ କଂଗ୍ରେସ ନେତା, ନଗଦ ୧୨ କୋଟି , ୬ କୋଟିର ସୁନା, ୧୦ କିଲୋ ରୂପା ଜବତ

କର୍ଣ୍ଣାଟକା କ୍ଷମତାସୀନ କଂଗ୍ରେସର ବିଧାୟକ କେସି ବୀରେନ୍ଦ୍ରଙ୍କୁ ଶନିବାର ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବେଆଇନ ଅନଲାଇନ ଓ ଅଫ ଲାଇନ ବେଟିଂରେ ସେ ସାମିଲ ଥିବାରୁ ତାଙ୍କୁ ଗାଙ୍ଗଟକରୁ ଗିରଫ କରାଯାଇଛି। ବିଧାୟକ ଓ ତାଙ୍କ ସହଯୋଗୀମାନେ ସିକ୍କିମର ଗାଙ୍ଗଟକ ଯାଇଥିଲେ। ସେଠାରେ ଗୋଟିଏ ଜମିକୁ କ୍ୟାସିନୋ ପାଇଁ ଲିଜରେ ଦିଆଯାଇଥିଲା। କିନ୍ତୁ ଇଡି ସେମାନଙ୍କ ପିଛା କରି ବିଧାୟକ ବୀରନ୍ଦ୍ର ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି।

ଗିରଫଦାରୀର ଦିନକ ପୂର୍ବରୁ ଇଡି ପକ୍ଷରୁ ବିଧାୟକ ବୀରେନ୍ଦ୍ର ସହ ଜଡ଼ିତ ୩୧ଟି ଠିକଣାରେ ରେଡ କରାଯାଇଥିଲା। ଏହି ସମୟରେ ବିଧାୟକଙ୍କ ଠିକଣାରୁ ଟଙ୍କାର ପାହାଡ଼ର ସନ୍ଧାନ ମିଳିଥିଲା। ରେଡ ବେଳେ ଇଡି ନଗଦ ୧୨ କୋଟି ଠାବ କରିଥିଲା। ଏହା ମଧ୍ୟରେ ବିଦେଶୀ ମୁଦ୍ରାରେ ୧ କୋଟି ଟଙ୍କା ରହିଥିଲା। ଏହାବାଦ ୬ କୋଟି ଟଙ୍କାର ସୁନା ଅଳଙ୍କାର, ୧୦ କେଜିର ରୁପା ଓ ୪ଟି ଦାମୀ ଗାଡ଼ିକୁ ମଧ୍ୟ ଜବତ କରାଯାଇଥିଲା। ବୀରେନ୍ଦ୍ରଙ୍କ ଭାଇ କେସି ନାଗରାଜ ଓ ପୁଅ ପୃଥ୍ୱୀ ଏନ ରାଜଙ୍କ ଘରୁ ଏକାଧିକ ଜମିଜମାର କାଗଜପତ୍ର ମିଳିଥିଲା।

Congress MLA

ଜବତ ହୋଇଥିବା ନଗର ୧୨ କୋଟି ଟଙ୍କା ମଧ୍ୟରୁ ବେଆଇନ ଅନଲାଇନ ବେଟିଂରୁ ବୀରେନ୍ଦ୍ର ୬ କୋଟି ଟଙ୍କା ଆୟ କରିଥିବା ଇଡି ଜାଣିବାକୁ ପାଇଛି। ବୀରେନ୍ଦ୍ର ଏଠାରେ କାମ କରୁଥିବା ବେଳେ ତାଙ୍କର କିଛି ସହଯୋଗୀ ଦୁବାଇରେ ରହି ଅନଲାଇନ ଗେମିଂର ନେଟୱର୍କ ଚଳାଉଥିଲେ। ଇଡି ବୀରେନ୍ଦ୍ରଙ୍କୁ ଗିରଫ କରିବା ପରେ ଗାଙ୍ଗଟକ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା। ଏହାପରେ ତାଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ଗୋଆରେ ଇଡି ୫ଟି କ୍ୟାସିନୋରେ ରେଡ କରିଥିଲା। ଏହି ବଡ଼ବଡ଼ ସମସ୍ତ ୫ କ୍ୟାସିନୋ କଂଗ୍ରେସ ବିଧାୟକଙ୍କ ସହ ଜଡ଼ିତ। ସର୍ଚ୍ଚ ଅରପେସନରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କେସି ବୀରେନ୍ଦ୍ର କିଙ୍ଗ୫୭୭, ରାଜା୫୬୭, ପପି୦୦୩ ଓ ରତନା ଗେମିଂ ଭଳି ଏକାଧିକ ଅନଲାଇନ ବେଟିଂ ସାଇଟ ଚଳାଉଥିଲେ।

ଅଭିଯୁକ୍ତଙ୍କ ଭାଇ କେସି ଥିପୀସ୍ୱେମୀ ଦୁବାଇରେ ରହି Diamond Softech, TRS Technologies, Prime9Technologies। ଭଳି ୩ଟି ବ୍ୟବସାୟିକ ସଂସ୍ଥା ଚଳାଉଛନ୍ତି। ଏହି ସଂସ୍ଥା ଗୁଡ଼ିକ କେସି ବୀରେନ୍ଦ୍ରଙ୍କ କଲ ସେଣ୍ଟର ଓ ଗେମିଂ ବ୍ୟବସାୟ ସହ ଜଡ଼ିତ ବୋଲି ଇଡି କହିଛି।

ଇଡି ପକ୍ଷରୁ ଦୁଇ ଦିନ ଧରି ଭାରତର ୩୧ଟି ସ୍ଥାନରେ ରେଡ କରାଯାଇଥିଲା। ରେଡ ବେଳେ ଜଣାପଡ଼ିଛି ଯେ ଗୋଟିଏ ବଡ଼ ବେଟିଂ ନେଟୱର୍କ ଦୁବାଇରୁ ଚାଲିଛି ଓ ଏହା ଲିଙ୍କ ଏକାଧିକ କ୍ୟାସିନୋ ସହ ରହିଛି।

ଅଗଷ୍ଟ ୨୨ ଓ ଆଜି ଇଡି ପକ୍ଷରୁ ବେଙ୍ଗାଲୁରୁ, ହୁବଲି, ମୁମ୍ବାଇ, ଯୋଧପୁର, ଗୋଆ ଓ ଗ୍ୟାଙ୍ଗଟକରେ ରେଡ କରାଯାଇଛି। ଗେମିଂ ଆପ ଜରିଆରେ ବୀରେନ୍ଦ୍ର ଏପରି ନେଟୱର୍କ ଚଳାଉଥିବା ଇଡି କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+