ଡ୍ରଗ୍ସ ମାମଲାରେ ଏହି ରାଜ୍ୟର କଂଗ୍ରେସ ବିଧାୟକ ଗିରଫ
ପଞ୍ଜାବ: ଆଜି ସକାଳେ ପଞ୍ଜାବର କଂଗ୍ରେସ ବିଧାୟକ ସୁଖପଲ ସିଂହ ଖେଇରାଙ୍କୁ ଗିରଫ କରାଯାଇଛି । ଏକ ପୁରୁଣା ଡ୍ରଗ୍ସ ମାମଲାରେ ପୋଲିସ ବିଧାୟକଙ୍କୁ ତାଙ୍କୁ ନିଜ ଚଣ୍ଡିଗଡ଼ ବାସଭବନରୁ ଗିରଫ କରିଛି । ଖୁବ ଶୀଘ୍ର ସୁଖପଲ ସିଂହଙ୍କୁ ଜଲାଲାବାଦ କୋର୍ଟରେ ହାଜର କରାଯିବ। ନାର୍କୋଟିକ୍ ଡ୍ରଗ୍ସ ଆଣ୍ତ ସାଇକୋଟ୍ରୋପିକ୍ ସବଷ୍ଟାନସ୍ପେସ୍ ଧାରା ଆଧାରରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ ଆଜି ତାଙ୍କ ଘରେ ଚଢାଉ କରିଥିଲା ।

ତେବେ ପୋଲିସ ଚଢାଇ ବେଳେ ସୁଖପଲ ସିଂହ ଖେଇରା ଫେସବୁକ୍ ଲାଇଭ୍ ଆସିଥିବାର ଦେଖିବା ପାଇଁ ମିଳିଥିଲା । ଲାଇଭ୍ ଭିଡିଓରେ ପୋଲିସ ଓ ଖଇରାଙ୍କର ବିତର୍କ ହେଉଥିବାର ଦେଖିବା ପାଇଁ ମିଳୁଛି । ଏଥିସହ ଗିରଫ କାରଣ ପଚାରିବା ସହ ୱାରେଣ୍ଟ ମାଗୁଥିବାର ଦେଖିବା ପାଇଁ ମିଳିଛି । ତେବେ ଏହି ଖଇରାଙ୍କ ପରିବାର ତରଫରୁ ଏହି ଭିଡିଓ ରେକର୍ଡ କରାଯାଇଥିଲା ।
VIDEO | Congress leader @SukhpalKhaira arrested by Jalalabad Police from his house in Chandigarh earlier today.
(Source: Third Party) pic.twitter.com/tfxhjckvQI
— Press Trust of India (@PTI_News) September 28, 2023
ସୂଚନାଥାଉ ଯେ, 2015ରେ ମଧ୍ୟ ସୁଖପଲ ସିଂଙ୍କୁ ଇଡି ପଚରାଉଚରା କରିଥିଲା । ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ତଥା ନକଲି ରାକେଟକୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା।
ନିକଟରେ ସୁଖପଲ ସିଂଙ୍କୁ AAP ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କ ବିବାହରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ପ୍ରଶ୍ନ କରିଥିଲେ । ରାଘବ କିପରି ଏତେ ଖର୍ଚ୍ଚ କରିପାରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ 7 ଷ୍ଟାର ହୋଟେଲରେ ବୁଲୁଛନ୍ତି, ବେଶ୍ ଆଡମ୍ବର ମାହୋଲରେ ବିବାହ କରୁଛନ୍ତି । ଏଠାରେ ଗୋଟିଏ ରାତିର ମୂଲ୍ୟ 10 ଲକ୍ଷ ଟଙ୍କା ବୋଲି ସେ କହିଥିଲେ ।
ଅନ୍ୟପଟେ ଆଜି ବିଧାୟକଙ୍କ ପରିବାରର ଅନେକ ବିରୋଧ ସତ୍ୱେ ତାଙ୍କୁ ଆଜି ପୋଲିସ ଗିରଫ କରିଛି । ଗିରଫ ସମୟରେ ପୋଲିସ ସାଧା ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି । ତେବେ ଗିରଫ ହେବା ବେଳେ ଖଇରା ହସୁଥିବାର ନଜର ଆସୁଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଖଇରା ଇଲ୍ ଇଣ୍ତିଆ କିସାନ୍ କଂଗ୍ରେସର ଅଧ୍ୟକ୍ଷ ଏବଂ ପଞ୍ଜାବର ଭୋଲାଥ ନିର୍ବାଚନ ମଣ୍ତଳୀରୁ ସେ ନିର୍ବାଚିତ ହୋଇଥିଲେ ।












Click it and Unblock the Notifications