RSS ଓ VHPକୁ ଧନ୍ୟବାଦ୍ ଜଣାଇଲେ କଂଗ୍ରେସ ମନ୍ତ୍ରୀ ବିକ୍ରମଦିତ୍ୟ ସିଂହ

ଜାନୁଆରୀ 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି । କିନ୍ତୁ କଂଗ୍ରେସ ଦଳର ବରିଷ୍ଠ ନେତା ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅଧୀର ରଂଜନ ଚୌଧରି କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ପରେ ଏକ ନୂଆ ବିବାଦ ଆରମ୍ଭ ହୋଇଛି । କଂଗ୍ରେସର ଏହି ନିଷ୍ପତ୍ତିରେ ଦଳର ଅନେକ ନେତା ଏକମତ ନୁହଁନ୍ତି । ଏହି ସମୟରେ ହିମାଚଳ ପ୍ରଦେଶର କଂଗ୍ରେସ ସରକାରରେ ଥିବା ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ମଧ୍ୟ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ପ୍ରଶଂସା କରିଛନ୍ତି ।

ajodhya

ହିମାଚଳ ପ୍ରଦେଶର କଂଗ୍ରେସ ସରକାରର ମନ୍ତ୍ରୀ ବିକ୍ରମଦିତ୍ୟ ସିଂ କହିଛନ୍ତି - "ମୁଁ ଭାଗ୍ୟବାନ ଯେ ମୁଁ ହିମାଚଳ ପ୍ରଦେଶର କିଛି ଲୋକ ଯିଏକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପାଇଛନ୍ତି । ମୋତେ ଏବଂ ମୋ ପରିବାରକୁ ଅଯୋଧ୍ୟାରେ ଐତିହାସିକ ମୁହୂର୍ତ୍ତର ଅଂଶରେ ସୁଯୋଗ ଦେଇଥିବାରୁ ମୁଁ ରାଷ୍ଟ୍ରିୟ ସ୍ଵଂୟ ସେବକ ସଂଘ ଏବଂ ବିଶ୍ୱ ହିନ୍ଦୁ ପରିଷଦକୁ ଧନ୍ୟବାଦ ଦେବାକୁ ଚାହେଁ ।

ଗତ ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସଂସଦୀୟ ଦଳର ସଭାପତି ଅଧୀର ରଂଜନ ଚୌଧୁରୀଙ୍କୁ ରାମ ଜନ୍ମ ଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ମିଳିଥିଲା। ତେବେ କଂଗ୍ରେସ କହିଛି ଯେ 2019 ର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଂଜନ ଚୌଧୁରୀ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ଏବଂ ଆରଏସଏସର ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+