Haryana Assembly Election:କଂଗ୍ରେସର ବଡ଼ ପ୍ରତିଶ୍ରୁତି, ସରକାରକୁ ଆସିଲେ ଦେବ ପ୍ଳଟ ସହ ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା

ଚଣ୍ଡିଗଡ଼: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଆଜି ଚଣ୍ଡୀଗଡରେ ୫୩ ପୃଷ୍ଠାର ନିର୍ବାଚନୀ ପ୍ରତିଶୃତି ଜାରି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିପେନ୍ଦ୍ର ହୁଡା, ଅବଜରଭର ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନ ଏହାକୁ ଜାରି କରିଛନ୍ତି।

ଏଥିରେ ଲୋକଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ଏବଂ ମହିଳାମାନଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଛି। ଏହା ବ୍ୟତୀତ କୃଷକମାନଙ୍କୁ ସତଲେଜ-ଯମୁନା ଲିଙ୍କ କେନାଲରୁ ଜଳ ଯୋଗାଇ ଦେବାକୁ ମଧ୍‌ଯ ପ୍ରତିଶୃତି ଦିଆଯାଇଛି। ଏହାସହ ସରକାରୀ ଚାକିରୀ ଓ ସରକାରୀ ବିଭାଗରେ ଭର୍ତ୍ତି ହେବ। ହରିୟାଣା କୌଶଳ ରୋଜଗାର ନିଗମ ବନ୍ଦ କରିବ। କୃଷକଙ୍କ ସହ ଜଡିତ ପୋର୍ଟାଲ ବନ୍ଦ କରିବ।

ପରିବାରର ପରିଚୟ ପତ୍ର ପୋର୍ଟାଲକୁ ରିଭ୍ୟୁ କରିବ। ସରକାରୀ ଚାକିରୀରେ ଖେଳ କୋଟା ଫେରିବ ବୋଲି ଦେଇଛି ପ୍ରତିଶ୍ରୁତି । ବୟସ୍କ ଓ ବିଧବା ମହିଳାଙ୍କୁ ୬୦୦୦ ଟଙ୍କା ମାସିକ ପେନଶନ୍ ମିଳିବ। ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ଇନ୍ଦିରା ଲାଡନୀ ବେହେନ ସମ୍ମାନ ଯୋଜନା ଅନୁସାରେ, ୧୮ ରୁ ୬୦ ବର୍ଷର ସବୁ ମହିଳାଙ୍କୁ ୨୦୦୦ ଟଙ୍କା ପ୍ରତିମାସ ଦିଆଯିବ। ପ୍ରତି ଗରିବ ପରିବାରକୁ ୧୦୦ ଗଜ ଲେଖାଏଁ ମାଗଣା ପ୍ଲଟ,ଦୁଇଟି ରୁମ୍‌ର ଘରନ ତିଆରି ପାଇଁ ୩.୫ ଲକ୍ଷ ଟଙ୍କା ଦିଆଯିବ ।

congress

ଏସସି ବର୍ଗକୁ ବିଭିନ୍ନ ଯୋଜନାର ଲାଭର ୧.୮୦ ଲକ୍ଷ ଆୟ ସୀମା ବଢାଯିବ। ପଛୁଆ ବର୍ଗରେ କ୍ରିମି ଲେୟାରର ସୀମା ୬ ଲକ୍ଷରୁ ବଢାଇ ୧୦ ଲକ୍ଷ କରାଯିବ। ଜାତିଗତ ସର୍ଭେ ମଧ୍ୟ ହେବ। ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତି ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା ବେଳେ ସହରରେ ମେଟ୍ରୋ, ରେଳ ଲାଇନ ଏବଂ ଇକୋ-ଫ୍ରେଣ୍ଡଲି ପରିବେଶ ସୃଷ୍ଟି ପାଇଁ ହରିୟାଣା କଂଗ୍ରେସ କାର୍ଯ୍ୟ କରିବ।

ସେହିପରି ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଛଟ ଘାଟ ନିର୍ମାଣ କରିବାକୁ ପ୍ରତିଶୃତି ଦେଇକ୍ତି। ଏହା ବ୍ୟତୀତ ସିଲିଣ୍ଡର ପିଛା ୫୦୦ ଟଙ୍କା, ଗୁଣାତ୍ମକ ଶିକ୍ଷା, ଯୁବକମାନଙ୍କୁ ରୋଜଗାର, କୃଷୀ, କ୍ରୀଡା କ୍ଷେତ୍ରରେ ମଧ୍ୟ ଜନ କଲ୍ୟାଣକାରୀ ଯୋଜନା ଆଣିବାକୁ କଂଗ୍ରେସ ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+