ଶାହାଙ୍କ ଭିଡିଓ ଏଡିଟ୍ କରି ସେୟାର କରିବା କଂଗ୍ରେସ ନେତାଙ୍କୁ ପଡ଼ଲା ମହଙ୍ଗା, ଏକ୍ସ ପଠାଇଲା ନୋଟିସ

ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କିଛି ଭିଡିଓ କ୍ଲିପକୁ ସେମାନଙ୍କ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ସେୟାର୍‌ କରିଥିବାରୁ କଂଗ୍ରେସର ଅନେକ ନେତାଙ୍କୁ ନୋଟିସ୍‌ ମିଳିଛି। କଂଗ୍ରେସ ଦଳ ଦାବି କରିଛି ଯେ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପକ୍ଷରୁ ସେମାନଙ୍କ ନାମରେ ଏହି ନୋଟିସ୍‌ ଜାରି କରାଯାଇଛି।

ରାଜ୍ୟସଭାରେ ବିଆର ଆମ୍ବେଦକରଙ୍କ ବିଷୟରେ ଅମିତ ଶାହ ହେଉଥିବା ଭାଷଣକୁ ଏଡିଟ୍‌ କରାଯାଇ ଭିଡିଓ ସେୟାର କରାଯାଇଛି ବୋଲି ବିଜେପି ଅଭିଯୋଗ ଆଣିବା ପରେ ଏପରି ଘଟିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁରୋଧ କ୍ରମେ କଂଗ୍ରେସକୁ ଏହି ବିଜ୍ଞପ୍ତି ଜାରି କରାଯାଇଥିବା ସୂତ୍ରରୁ ପ୍ରକାଶ ପାଇଛି।ମଙ୍ଗଳବାର ଦିନ କଂଗ୍ରେସର ଅନେକ ନେତା ଶାହଙ୍କ ଭାଷଣର ଏକ କ୍ଲିପ୍ ସେୟାର କରିବା ପରେ ଭାରତୀୟ ସମ୍ବିଧାନର ସ୍ଥପତି ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ଏକ ବିରାଟ ରାଜନୈତିକ ଝଡ଼ ଦେଖା ଦେଇଥିଲା। ଏହି ଅଭିଯୋଗର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହସ୍ତକ୍ଷେପ କରିଥିବା ବେଳେ ବିଜେପି ଏକ ପ୍ରତିପକ୍ଷ ଆକ୍ରମଣ ଆରମ୍ଭ କରିଥିଲା। କଂଗ୍ରେସ ସେୟାର କରିଥିବା ଭିଡିଓରେ ଅମିତ ଶାହ କହୁଥିବାର ନଜର ଆସୁଛି, "ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର, ଆମ୍ବେଦକର କହିବା ଏକ ଫ୍ୟାସନରେ ପରିଣତ ହୋଇଛି। ଯଦି ସେମାନେ ଏତିିକି ଥର ଭଗବାନଙ୍କ ନାମ ନେଇଥାନ୍ତେ ତ ତେବେ ସେମାନେ ସ୍ୱର୍ଗରେ ସ୍ଥାନ ପାଇଥାନ୍ତେ।''

amit shah

ରିପୋର୍ଟ ଅନୁସାରେ, ଏକ୍ସ ଦ୍ୱାରା ପଠାଯାଇଥିବା ନୋଟିସରେ କମ୍ପାନୀ ଗୃହ ମନ୍ତ୍ରଣାଳୟର ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ଦ୍ୱାରା ପଠାଯାଇଥିବା ନୋଟିସ ବିଷୟରେ ଉଲ୍ଲେଖ କରାଯାଇଛି l ଯେଉଁଥିରେ କମ୍ପାନୀକୁ କୁହାଯାଇଛି ଯେ ସେୟାର ହୋଇଥିବା ବିଷୟବସ୍ତୁ ଭାରତୀୟ ନିୟମକୁ ଉଲ୍ଲଂଘନ କରୁଛି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+