ସିଏଏ ଲାଗୁ ହେବା ପରେ ଆରମ୍ଭ ହେଲା ବୟାନ ବାଜି, କଂଗ୍ରେସ ନେତା କହିଲେ ମୋଦିଙ୍କୁ କଣ...
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ମୋଦୀ ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ ଜାରି କରିଛନ୍ତି । ଯାହା ଦ୍ୱାରା ପଡୋଶୀ ଦେଶରୁ ସଂଖ୍ୟାଲଘୁମାନେ ବର୍ତ୍ତମାନ ଭାରତୀୟ ନାଗରିକତ୍ୱ ନେଇପାରିବେ । ପଡୋଶୀ ଦେଶରୁ ଆସୁଥିବା ସଂଖ୍ୟାଲଘୁଙ୍କୁ ସରକାର ପ୍ରସ୍ତୁତ ଅନଲାଇନ୍ ପୋର୍ଟାଲରେ ଆବେଦନ କରିବାକୁ ପଡିବ ।
ସରକାର ସିଏଏ ବିଜ୍ଞପ୍ତି ଜାରି କରିବା ପରେ ଦେଶର ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସିଏଏ ଲାଗୁ କରିବାର ସମୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିସେମ୍ବର ୨୦୧୯ରେ ସଂସଦରେ ପାରିତ ହୋଇଥିବା ସିଏଏର ବିଜ୍ଞପ୍ତି ଜାରି କରିବାକୁ ମୋଦି ସରକାରଙ୍କୁ ଚାରି ବର୍ଷ ତିନି ମାସ ସମୟ ଲାଗିଗଲା ।

ପ୍ରଧାନମନ୍ତ୍ରୀ ଦାବି କରନ୍ତି ଯେ ତାଙ୍କ ସରକାର ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏବଂ ଠିକ୍ ସମୟରେ କାର୍ଯ୍ୟ କରନ୍ତି । କଂଗ୍ରେସ ନେତା ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଜାଣିଶୁଣି ଲୋକ ସଭା ନିର୍ବାଚନ ପୂର୍ବରୁ ସିଏଏ ବିଜ୍ଞପ୍ତି ଜାରି କରିଛନ୍ତି ।












Click it and Unblock the Notifications