ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନି ସୋନିଆ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ କହିଲା....
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ଦଳର ନେତାଙ୍କ ଅଂଶଗ୍ରହଣକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି । କଂଗ୍ରେସ ଦଳ ଏହାକୁ ଆରଏସଏସ ଏବଂ ବିଜେପିର ଏକ ଇଭେଣ୍ଟ ବୋଲି କହି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରତ୍ୟାଖାନ କରିଛି ।
ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଯୋଗଦେବେ ନାହିଁ ବୋଲି କଂଗ୍ରେସ ଦଳ ସ୍ପଷ୍ଟ କରିଛି । ଏହା ସହିତ ଲୋକସଭାରେ ବିରୋଧୀଦଳର ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ନାହିଁ । ଏହି ନେତାମାନେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
କଂଗ୍ରେସ କଣ କହିଛି?
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଗତ ମାସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଂଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନିମନ୍ତ୍ରଣ ମିଳିଥିଲା । କୋଟି କୋଟି ଭାରତୀୟ ପ୍ରଭୁ ରାମଙ୍କୁ ପୂଜା କରନ୍ତି । ଧର୍ମ ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବର୍ଷ ବର୍ଷ ଧରି ବିଜେପି ଏବଂ ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ରାଜନୈତିକ ପରିଯୋଜନାରେ ପରିଣତ କରିଛନ୍ତି ।

ସେ ଆହୁରି କହିଛନ୍ତି, "ଏହା ସ୍ପଷ୍ଟ ଯେ କେବଳ ନିର୍ବାଚନ ଲାଭ ପାଇବା ପାଇଁ ଏକ ଅର୍ଦ୍ଧ ନିର୍ମିତ ମନ୍ଦିର ଉଦ୍ଘାଟନ କରାଯାଉଛି । ୨୦୧୯ ର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ, ସୋନିଆ ଗାନ୍ଧୀ ଅଧୀର ରଂଜନ ଚୌଧରୀ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ଏବଂ ଆରଏସଏସର ଏହି ଆୟୋଜନର ନିମନ୍ତ୍ରଣକୁ ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେ ଏବଂ ଆଧୀର ରଂଜନ ଚୌଧୁରୀଙ୍କ ବ୍ୟତୀତ ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ।












Click it and Unblock the Notifications