ଭାରତରେ ମଧ୍ୟ ବାଂଲାଦେଶ ଭଳି ସ୍ଥିତି ହୋଇପାରେ : ସଲମାନ ଖୁର୍ସିଦ
ନୂଆଦିଲ୍ଲୀ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି। ଏହି ହିଂସାରେ ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୀମାନ୍ତ ଦେଶରେ ଏଭଳି ପରିସ୍ଥିତିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି।
ଏହା ବ୍ୟତୀତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ସମସ୍ତ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଏହି ପ୍ରସଙ୍ଗରେ ଏପରି ବିବୃତ୍ତି ଦେଇଛନ୍ତି,ଯାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।
ମଙ୍ଗଳବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ସେ । ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଶିକ୍ଷାବିତ୍ ମୁଜିବର ରହମାନଙ୍କ ଲିଖିତ ପୁସ୍ତକ ' ଶିକୱା -ଏ- ହିନ୍ଦ ; ଦ ପଲିଟିକାଲ ଫ୍ୟୁଚର ଅଫ୍ ଇଣ୍ଡିଆନ୍ ମୁସ୍ଲିମ୍'ର ଉନ୍ମୋଚନ କରିବା ଅବସରରେ ଖୁର୍ସିଦ କହିଛନ୍ତି, ''ବାଂଲାଦେଶ ଭଳି ପରିସ୍ଥିତି ଭାରତରେ ମଧ୍ୟ ଉପୁଜିପାରେ । ଅବଶ୍ୟ ଭାରତରେ ସବୁକିଛି ସାମାନ୍ୟ ଲାଗିପାରେ । ଆମେ ବିଜୟର ଉତ୍ସବ ପାଳନ କରୁଥାଇପାରେ ।

କିନ୍ତୁ ଅନେକ ଲୋକଙ୍କ ମତରେ ୨୦୨୪ର ବିଜୟ ପରେ ବି ଆହୁରି ଅନେକ କିଛି କରିବାକୁ ବାକି ଅଛି, ଯାହା ଦେଶରେ ବିଦ୍ରୋହକୁ ବଳ ଦେଇପାରେ। ବାଂଲାଦେଶ ଭଳି ସ୍ଥିତି ଆଗକୁ ଉପୁଜିପାରେ। ଆମ ଦେଶର କିଛି ନୀତି ଆଦର୍ଶ, ଯାହା ବାଂଲାଦେଶ ଭଳି ସ୍ଥିତିକୁ ନିମନ୍ତ୍ରଣ କରୁଛି; ତାହାକୁ ଅସ୍ୱୀକାର କରାଯାଇନପାରେ । ସେ ଆହୁରି କହିଛନ୍ତି ଯାହା ବାଂଲାଦେଶରେ ଘଟୁଛି ତାହା ଭାରତରେ ଆଗକୁ ଘଟିପାରେ, ଭାରତରେ ଏଭଳି ଘଟଣା ଘଟୁନି କାରଣ ଭାରତ ଏକ ବୃହତ ଦେଶ ।
କିନ୍ତୁ ବାଂଲାଦେଶରେ ଏଭଳି କାହିଁକି ଘଟିଲା ଚିନ୍ତା କରିବା ସହିତ ଭାରତରେ ମଧ୍ୟ ଏଭଳି ଆଗକୁ ନଘଟିବାକୁ ଏଡାଇ ଦିଆ ଯାଇପାରିବନି," କହିଛନ୍ତି ସଲମାନ ଖୁରସିଦ ।












Click it and Unblock the Notifications